Categories: ଜାତୀୟ

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥ ହେବ ଖାଲଖମା ମୁକ୍ତ: ଗଡକରୀ

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥକୁ ଖାଲଖମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏହା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା କୌଣସି ଜାତୀୟ ରାଜପଥରେ ଖାଲ ନ ଥିବା ସୁନିଶ୍ଚିତ କରାଯାଉଛି। ନିତିନ ଗଡକରୀ କହିଛନ୍ତି ଯେ ଏହିପରି ପ୍ରକଳ୍ପ ଅଧୀନରେ ବିଲ୍ଡ-ଅପରେଟ-ଟ୍ରାନ୍ସଫର (ବିଓଟି) ମୋଡରେ ରାସ୍ତା ନିର୍ମାଣକୁ ପ୍ରାଥମିକତା ଦିଆଯାଉଛି।

ସେ କହିଛନ୍ତି ଯେ ସାଧାରଣତଃ ପ୍ରୋକ୍ୟୋରମେଣ୍ଟ ଆଣ୍ଡ ପନଷ୍ଟକଶନ (ଇପିସି) ଅଧୀନରେ ଯେକୌଣସି ରାସ୍ତା ନିର୍ମିତ ହୁଏ, ସେଗୁଡିକର ଅନେକ ରକ୍ଷଣାବେକ୍ଷଣ ଆବଶ୍ୟକ ହୁଏ, ଯେତେବେଳେ ବିଲ୍ଡ-ଅପରେଟ-ଟ୍ରାନ୍ସଫର ଅଧୀନରେ ରାସ୍ତା ଏକ ଉନ୍ନତ ଉପାୟରେ ନିର୍ମାଣ କରାଯାଇଥାଏ। ବିଓଟି ଅଧୀନରେ, କଣ୍ଟ୍ରାକ୍ଟର ଜାଣନ୍ତି ଯେ ତାଙ୍କୁ ଆସନ୍ତା ୧୫ରୁ ୨୦ବର୍ଷ ମଧ୍ୟରେ ରାସ୍ତାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବହନ କରିବାକୁ ପଡିବ।

Share