Categories: ବାଣିଜ୍ୟ

ଅଲ୍‌ ନ୍ୟୁ କିଆ ସୋନେଟ୍‌ର ଅନାବରଣ

ଭୁବନେଶ୍ୱର,୧୬।୧୨(ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ କିଆ ସୋନେଟ୍‌ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଦ୍ୱିତୀୟ ସର୍ବଶ୍ରେଷ୍ଠ ଉଦ୍ଭାବନ ସୋନେଟ୍‌ର ନୂତନ ଅବତାରକୁ ଭାରତ ବଜାରରେ ବିକ୍ରୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୧୦ଟି ସ୍ବୟଂଚାଳିତ ବୈଶିଷ୍ଟ୍ୟ ସହ ଉକ୍ତ ମଡେଲ ଆଡାସ୍‌ରେ ସୁସଜ୍ଜିତ ହୋଇଛି। ଯେଉଁଥିରେ ଫ୍ରଣ୍ଟ କୋଲିଜନ୍‌ ଆଭୋଏଡାନ୍‌ସ୍‌ ଆସିଷ୍ଟ୍‌ (ଏଫସିଏ), ଲିଡିଙ୍ଗ୍‌ ଭେହିକିଲ୍‌ ଡିପାର୍ଚର ଆଲର୍ଟ ଏବଂ ଲେନ୍‌ ଫଲୋଇଙ୍ଗ୍‌ ଆସିଷ୍ଟ୍‌ ଆଦି ଅନ୍ତର୍ଭୁକ୍ତ ରହିଛି। ସେହିଭଳି ୧୫ ହାଇ-ସେଫ୍ଟି ବୈଶିଷ୍ଟ୍ୟ ସହିତ ବର୍ତ୍ତମାନ ସୋନେଟ୍‌ରେ ୨୫ରୁ ଅଧିକ ସୁରକ୍ଷା ବୈଶିଷ୍ଟ୍ୟତା ସାମିଲ ରହିଛି। ଏ ସମ୍ପର୍କରେ କିଆ ଇଣ୍ଡିଆର ଏମ୍‌ଡି ତଥା ସିଇଓ ଟାଏ-ଜିନ୍‌ ପାର୍କ କହିଛନ୍ତି, ଦି ନ୍ୟୁ ସୋନେଟର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣାକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି କିଆ ସେଲ୍‌ଟୋସ୍‌ ପରେ ଆମର ସଫଳ ଭାରତ ଯାତ୍ରାରେ ସୋନେଟ୍‌ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି, ଏପରିକି ଅବିଶ୍ୱାସନୀୟ ବୈଶିଷ୍ଟତା ଏବଂ ଡିଜାଇନ ସହ ଭାରତରେ ଏହାର ବିକ୍ରୟ ଶୁଭାରମ୍ଭ ହୋଇଯାଇଛି। ସେହିଭଳି ଏହି ମଡେଲ ସୀମା ଅତିକ୍ରମକରି ବର୍ତ୍ତମାନ ୧୦୦ରୁ ଅଧିକ ଦେଶକୁ ରପ୍ତାନି ହେଉଛି, ଯେଉଁଠାରେ ଆମେ ୩.୬୮ ଲକ୍ଷ ଗ୍ରାହକ ପାଇ ଗର୍ବିତ ହୋଇଛୁ। ନୂଆ ସୋନେଟ୍‌ ମାଧ୍ୟମରେ ଆମର ଉଦ୍ଦେଶ୍ୟ ହେଉଛି ଏହାର ପ୍ରିମିୟମ୍‌ ବୈଶିଷ୍ଟ୍ୟଗୁଡ଼ିକୁ ମୂଲ୍ୟ ଚାଳିତ ମାଲିକାନା ଅଭିଜ୍ଞତା ସହ ନିରବଚ୍ଛିନ୍ନ ଭାବେ ଏକତ୍ର କରିବା ତା’ ସହିତ ସର୍ବନିମ୍ନ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଅଧିକ ପୁନଃ ବିକ୍ରୟ ମୂଲ୍ୟ ସୁନିଶ୍ଚିତ କରିବା। ଉଲ୍ଲେଖଯୋଗ୍ୟ, ନ୍ୟୁ ସୋନେଟ୍‌ରେ ଏକମାତ୍ର କମ୍ପାକ୍ଟ ଏସୟୁଭି ସାମିଲ ରହିଛି, ଯାହାକି ୧୫ଟି ଷ୍ଟାଣ୍ଡାର୍ଡ୍‌ ସୁରକ୍ଷା ବୈଶିଷ୍ଟ୍ୟତାରେ ସୁସଜ୍ଜିତ ସହ ଏକ ଷ୍ଟାଣ୍ଡାର୍ଡ ଭାବେ ୬-ଏୟାରବ୍ୟାଗକୁ ଅନ୍ତର୍ଭୁକ୍ତ କରିଛି।

Share