ସବୁ ରାତି ପୂନିଅଁ ରାତି

ଡ. ନରେନ୍ଦ୍ରକୁମାର ସେଠୀ

ଆଧୁନିକ ବିଜ୍ଞାନ ମଣିଷକୁ ଭୋଗ ବିଳାସ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁଖ ସୁବିଧା ପ୍ରଦାନ କରିଛି, ଯେଉଁଥିପାଇଁ ମଣିଷ କୃତ୍ରିମ ଉପାୟରେ ଅନେକ ଜିନିଷ ତିଆରି କରିପାରିଛି। ନିଜ ପାଇଁ ଘର, ବସ୍ତ୍ର, ଖାଦ୍ୟ, ବାହନ ଇତ୍ୟାଦିଠାରୁ ଆରମ୍ଭକରି ଜୀବନ୍ତ ଯନ୍ତ୍ର ମାନବ ପର୍ଯ୍ୟନ୍ତ ଅନେକ ଜିନିଷ ବିଜ୍ଞାନ ଆମକୁ ଦେଇଛି। ସେହିପରି ବିଜ୍ଞାନର ଆଉ ଏକ ଚମତ୍କାର ହେଲା କୃତ୍ରିମ ଜହ୍ନ। ନିଜର ଆବଶ୍ୟକତା ପାଇଁ ମଣିଷ ଜହ୍ନ ତିଆରି କରି ଆକାଶରେ ଛାଡ଼ିବାକୁ ସଜବାଜ ହେଲାଣି। ଏହା ଚିନ୍ତାକଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଯେମିତି ଜହ୍ନର ଆଲୋକ ନ ଥାଏ ଓ ଏହା ସୂର୍ଯ୍ୟ ଆଲୋକକୁ ପୃଥିବୀ ଉପରେ ପ୍ରତିଫଳିତ କରିଥାଏ, ସେହିପରି ଏହି କୃତ୍ରିମ ଜହ୍ନ କାର୍ଯ୍ୟ କରିବ। ତେବେ ପ୍ରାକୃତିକ ଜହ୍ନ ଆକାରରେ ଖୁବ୍‌ ବଡ଼ ଓ ଏହା ପୃଥିବୀ ଉପରେ ୩ଲକ୍ଷ ୮୦ ହଜାର କିଲୋମିଟର ଥିବାବେଳେ କୃତ୍ରିମ ଜହ୍ନ ମାତ୍ର ପାଞ୍ଚ ଶହ କିଲୋମିଟର ଉପରେ ରହିବ। ଜହ୍ନ ପୃଥିବୀ ପରି ମାଟି ପଥରରେ ତିଆରି ହୋଇଥିବା ବେଳେ କୃତ୍ରିମ ଜହ୍ନ ଏକ ଧାତୁ ନିର୍ମିତ ଯନ୍ତ୍ର। ଏହି କୃତ୍ରିମ ଜହ୍ନ ପ୍ରକୃତରେ ଏକ ଆଲୋକୀକରଣ ଉପଗ୍ରହ, ଯାହା ଦର୍ପଣ ପରି ସୂର୍ଯ୍ୟ ଆଲୋକକୁ ପୃଥିବୀ ଉପରେ ବିଛୁରିତ କରିବ। ସବୁଠୁ ବଡ଼ କଥା ହେଲା ଏହି ଆଲୋକୀକରଣ ଉପଗ୍ରହକୁ ବୈଜ୍ଞାନିକମାନେ ନିଜ ଇଚ୍ଛାରେ ନିୟନ୍ତ୍ରଣ କରିପାରିବେ ଓ ଏହାର ଆଲୋକ ଜହ୍ନ ଆଲୋକଠାରୁ ଆଠଗୁଣ ଅଧିକ ହେବ।
ନିକଟରେ ଚାଇନା ଏହାର ପରୀକ୍ଷଣ କରିବାକୁ ଯାଇ ଛେଙ୍ଗୁଡୁ ସହରକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରଖିଛି। ନବେ ଦଶକରେ ପ୍ରଥମ କରି ରୁଷିଆ କୃତ୍ରିମ ଜହ୍ନ ପାଇଁ ଆଲୋକୀକରଣ ଉପଗ୍ରହ ପ୍ରେରଣ କରିଥିଲା। ମାତ୍ର ବିଫଳ ହେବାରୁ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଗଲା। ତେବେ ଚାଇନା ଯଦି ଏହି ପରୀକ୍ଷାରେ ସଫଳ ହୁଏ ତାହାଲେ ଏହା ମାନବ ସଭ୍ୟତା ପାଇଁ ଏକ ବରଦାନ ହେବ କହିଲେ ଭୁଲ ହେବନି। ପୃଥିବୀର ସବୁ ବଡ଼ ବଡ଼ ସହରର ବ୍ୟୟବହୁଳ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା ଖୁବ୍‌ ଶସ୍ତା ଓ ସହଜରେ କୃତ୍ରିମ ଜହ୍ନ ଉପରେ ନିର୍ଭରଶୀଳ ହୋଇଯିବ। ଖାଲି ସେତିକି ନୁହେଁ ବିଜୁଳି ବ୍ୟବସ୍ଥା ନଥିବା ଦୁର୍ଗମ ଅଞ୍ଚଳଗୁଡ଼ିକରେ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି କୃତ୍ରିମ ଆଲୋକୀକରଣ ଉପଗ୍ରହକୁ ଫୋକସ କରି ଆଲୋକିତ କରିହେବ। ଉଦାହରଣ ସ୍ବରୂପ ଚାଇନାର ବେଜିଂ ସହରରେ ଏହିପରି ତିନୋଟି ଆଲୋକୀକରଣ ଉପଗ୍ରହ ଲଗେଇ ଛଅ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ଆଲୋକିତ କରିବାର ଲକ୍ଷ୍ୟ ରଖା ଯାଇଛି, ଯାହାଦ୍ୱାରା ବର୍ଷକୁ ତେରଶ କୋଟି ଟଙ୍କା ଖର୍ଚ୍ଚ ହେବାରୁ ରକ୍ଷାପାଇଯିବ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଳ ମାଳ ବତିଖୁଣ୍ଟଗୁଡ଼ିକ ଦିନେ ସ୍ବପ୍ନ ହୋଇଯିବ। ସଞ୍ଜ ହେଲା ମାତ୍ରେ କଣ୍ଟ୍ରୋଲରୁମ୍‌ରେ ଥିବା ଅପରେଟର ତା’ର କରାମତି ଦେଖେଇ କୃତ୍ରିମ ଜହ୍ନର ସ୍ବିଚ୍‌ ଟିପିଦେବ ଓ ସାରା ସହର ଆଲୋକିତ ହୋଇଯିବ। ସବୁଠୁ ବଡ଼ କଥା ହେଲା ଏହାର ଆଲୋକକୁ ନିୟନ୍ତ୍ରଣ କରିହେବ ଓ ଯେଉଁଠି ଦରକାର ସେଠାକୁ ଫୋକସ କରିହେବ। ତେବେ ଏହି କୃତ୍ରିମ ଜହ୍ନର ଆକାର ମାତ୍ର କେଇ ଫୁଟ୍‌ ବ୍ୟାସର ହୋଇଥିବାରୁ ଆକାଶରେ ମାଳ ମାଳ ଜହ୍ନର ଭ୍ରମ ସୃଷ୍ଟି ହେବ ନାହିଁ। ଏହା ଖାଲି ଏକ ଉଜ୍ଜ୍ୱଳ ତାରା ପରି ଦୂରରୁ ପରିଲକ୍ଷିତ ହେବ।
ତେବେ ପରିବେଶ ବିଜ୍ଞାନୀମାନେ କୃତ୍ରିମ ଜହ୍ନର ଏହି ଉଜ୍ଜ୍ୱଳ ଆଲୋକରେ ଅନେକ ଆଶଙ୍କା ମଧ୍ୟ ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ପୃଥିବୀ ଉପରେ ମାନବ ଓ ଜୀବଜନ୍ତୁମାନଙ୍କର ଶୟନଶୈଳୀ ଉପରେ ପ୍ରଭାବ ପଡ଼ିପାରେ ଓ ରାତ୍ରିଚର ପ୍ରାଣୀମାନେ ଅଡୁଆରେ ପଡ଼ିପାରନ୍ତି। ତେଣୁ ପ୍ରଥମ କରି ଏହି ପରୀକ୍ଷଣକୁ ମରୁଭୂମି ଅଞ୍ଚଳରେ କରିବାକୁ ସ୍ଥିର କରାଯାଇଛି। ତେବେ ଏହି କୃତ୍ରିମ ଜହ୍ନ ତିଆରି କରିବାର ପ୍ରେରଣା ରୁଷିଆର ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଆଣ୍ଡ୍ରେ ଜିମ୍‌ଙ୍କ ଯୁଗାନ୍ତକାରୀ ପରୀକ୍ଷଣରୁ ଆସିଥିଲା। ସେ ମାଧ୍ୟାକର୍ଷଣ ବଳକୁ ଶକ୍ତିଶାଳୀ ଚୁମ୍ବକୀୟ ବଳ ପ୍ରୟୋଗ କରି ଏକ ବେଙ୍ଗକୁ ଶୂନ୍ୟରେ ଝୁଲେଇ ରଖିପାରି ବିଜ୍ଞାନ ଜଗତରେ ଚହଳ ସୃଷ୍ଟି କରିଥିଲେ। ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଲା। ଜହ୍ନରେ ମଧ୍ୟ ମାଧ୍ୟାକର୍ଷଣ ବଳ ପୃଥିବୀ ଅପେକ୍ଷା ଛଅ ଗୁଣ କମ୍‌ ଥାଏ ଓ ପୃଥିବୀ ଉପରେ ଜହ୍ନର ବାତାବରଣ ତିଆରି କରି ଅନେକ ବୈଜ୍ଞାନିକ ପରୀକ୍ଷା କରିବାକୁ ପ୍ରଥମେ କୃତ୍ରିମ ଜହ୍ନ ତିଆରି କରିବାକୁ ଅନେକ ଦେଶ ଆଗେଇ ଆସିଥିଲେ। ଫଳରେ ଭବିଷ୍ୟତରେ ଜହ୍ନରେ ଜନବସତି ସ୍ଥାପନ କରିବାର ମଣିଷର ସ୍ବପ୍ନକୁ ସାକାର କରିବାକୁ ଏହା ସାହାଯ୍ୟ କରିବ। ମାତ୍ର ଏଥିରେ କେଇ ପାଦ ଆଗକୁ ଯାଇ ଚାଇନା ସହରଗୁଡ଼ିକୁ ଆଲୋକିତ କରିବାକୁ ଯେଉଁ ଚେଷ୍ଟା କରୁଛି ତାହା ମାନବ ସମାଜ ପାଇଁ ଏକ ଆଶୀର୍ବାଦ ସାବ୍ୟସ୍ତ ହେବ। ଯଦି ଏହି ପରୀକ୍ଷାରେ ମଣିଷ ସଫଳ ହୁଏ ତାହାଲେ ପୃଥିବୀର ସବୁ ସହରର ପରିବେଶ ବଦଳିଯିବ। ଆଉ କୋଟି କୋଟି ଟଙ୍କା ବ୍ୟୟରେ ବିଜୁଳିଖୁଣ୍ଟ ଲଗେଇ ସହରଗୁଡ଼ିକୁ ଆଲୋକୀକରଣ କରିବାକୁ ପଡ଼ିବ ନାହିଁ। ସବୁ ସହର ଉପରେ ଗୋଟେ ଗୋଟେ ଆଲୋକୀକରଣ ଉପଗ୍ରହ ରହି ତାକୁ ଆଲୋକିତ କରିବ। ଖରା ବର୍ଷା ଝଡ଼ ତୋଫାନରେ ଏହି ଆଲୋକ ବ୍ୟବସ୍ଥାରେ କିଛି ବାଧା ଆସିବ ନାହିଁ । ଯଦି କେଉଁ ଦୁର୍ଗମ ଅଞ୍ଚଳରେ କିଛି ପ୍ରାକୃତିକ ବିତ୍ପାତ ଆସିଛି ସେଠାରେ ଦିନରାତି ଉଦ୍ଧାର କାମ କରିବା ପାଇଁ ଏହି ଆଲୋକୀକରଣ ଉପଗ୍ରହକୁ ଉପଯୋଗ କରିହେବ। ସବୁଠୁ ବଡ଼ କଥା ହେଲା ମଣିଷ ଏହି କୃତ୍ରିମ ଜହ୍ନର ଅଲୋକକୁ ନିଜ ଇଚ୍ଛାରେ ନିୟନ୍ତ୍ରିତ କରିପାରିବ। ତେବେ ସେ ଯାହା ହେଉ ବିଜ୍ଞାନ ଯେ ଦିନେ ସବୁ ରାତିକୁ ପୂନିଅଁ ରାତି କରିଦେବ ସେଦିନ ଆଉ ଦୂର ନୁହେଁ।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri