ସବୁ ନୋଟ୍‌ରେ ଥାଏ ଆରବିଆଇ ଗର୍ଭନରଙ୍କ ଦସ୍ତଖତ, କିନ୍ତୁ ଏଥିରେ ନ’ଥାଏ…

ନୂଆଦିଲ୍ଲୀ,୧୧।୧୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏପରି କୌଣସି ନୋଟ ଜାରି କରେ ନାହିଁ ଯେଉଁଥିରେ ଗର୍ଭନରଙ୍କ ଦସ୍ତଖତ ରହେନାହିଁ। ପ୍ରତ୍ୟେକ ନୋଟ ମଝିିରେ ଗର୍ଭନରଙ୍କ ଦସ୍ତଖତ ରହିଥାଏ। ଆରବିଆଇର କାମ କେବଳ ନୋଟ ଛାପିବା ନୁହେଁ ବରଂ ବ୍ୟାଙ୍କଗୁଡିକ ପାଇଁ ସୁଧ ହାର ସ୍ଥିର କରିବା। ତେବେ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହା ପରିବର୍ତ୍ତନ କରିବାର ଅଧିକାର ରହିଛି। ବର୍ତ୍ତମାନ ଶକ୍ତିକାନ୍ତ ଦାସଙ୍କର ସ୍ଥାନ ନେଇଛନ୍ତି ସଞ୍ଜୟ ମାଲହୋତ୍ରା। ଡିସେମ୍ବର ୧୧ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବେ ଦାୟିତ୍ୱ ନେବେ। ଏହାପୂର୍ବରୁ ସେ ରାଜସ୍ବ ସଚିବ ଭାବରେ କାର୍ଯ୍ୟ କରିଥିଲେ।

ପୂର୍ବରୁ ଶକ୍ତିକାନ୍ତଙ୍କ ଦସ୍ତଖତ ଥିବା ନୋଟ୍‌ ପ୍ରଚଳନ ହେଉଥିବାବେଳେ ଖୁବ ଶୀଘ୍ର ଆରବିଆଇ ଦ୍ୱାରା ନୂଆ ଗଭର୍ନର ସଞ୍ଜୟଙ୍କ ଦସ୍ତଖତ ଥିବା ନୋଟ୍‌ ଜାରି ହେବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଭାରତୀୟ ନୋଟରେ ଗର୍ଭନରଙ୍କ ଦସ୍ତଖତ କାହିଁକି ଆବଶ୍ୟକ ଏବଂ ଦସ୍ତଖତ ବିନା ନୋଟ ଜାରି ହୋଇପାରିବ କି ନାହିଁ।

ଆରବିଆଇକୁ ଅନେକ କ୍ଷମତା ମିଳିଛି, ଏହାର ଗୋଟିଏ କାରଣ ହେଉଛି ଆଇନ। ଆରବିଆଇ ଆକ୍ଟ, ୧୯୩୪ ଅନୁସାରେ ଆରବିଆଇକୁ ମୁଦ୍ରା ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେହିପରି ଆରବିଆଇ ଆକ୍ଟର ଧାରା ୨୨ ଅନୁଯାୟୀ ଏହି ବ୍ୟାଙ୍କକୁ ମୁଦ୍ରା ପ୍ରଚଳନ କରିବାର ମଧ୍ୟ ଅଧିକାର ରହିଛି।

ସବୁ ମୁଦ୍ରା ଓ ନୋଟ୍‌ ଉପରେ ଗର୍ଭନରଙ୍କ ଦସ୍ତଖତ ଅଛି, କିନ୍ତୁ କୌତୁହଳର ବିଷୟ ହେଉଛି ଏପରି ଏକ ନୋଟ୍‌ ଅଛି ଯେଉଁଥିରେ ତାଙ୍କ ଦସ୍ତଖତ ନଜର ଆସେନାହିଁ। ତାହା ହେଉଛି ଏକ ଟଙ୍କିଆ ନୋଟ ବା ମୁଦ୍ରା। କାରଣ ଏକ ଟଙ୍କିଆ ଆରବିଆଇ ଜାରି କରେନାହିଁ। ଏହା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଏ। ଏହି ଟଙ୍କାରେ ମନ୍ତ୍ରଣାଳୟର ସଚିବଙ୍କ ଦସ୍ତଖତ ରହିଛି। ଏହି କାରଣରୁ ଏକ ଟଙ୍କିଆରେ ଆରବିଆଇ ଗର୍ଭନରଙ୍କ ଦସ୍ତଖତ ନାହିଁ। କିନ୍ତୁ ଦୁଇ ଟଙ୍କା ଏବଂ ଏହାଠାରୁ ଅଧିକ ମୂଲ୍ୟର ନୋଟରେ ଗର୍ଭନରଙ୍କ ଦସ୍ତଖତ ବାଧ୍ୟତାମୂଳକ ଅଟେ।

ନୋଟଗୁଡିକରେ ଦସ୍ତଖତ କରିବାର ଏକ କାରଣ ରହିଛି। କାରଣ ଏହାଦ୍ୱାରା ନୋଟଗୁଡିକୁ ବୈଧ ଘୋଷିତ ହୋଇପାରିବ। ଯେତେବେଳେ ଗର୍ଭନରଙ୍କ ଦସ୍ତଖତ ସହିତ ଏକ ନୋଟ ଜାରି କରାଯାଏ, ସେତେବେଳେ ଏହିକଥାର ଗ୍ୟାରେଣ୍ଟି ଥାଏ କି ନୋଟର ମୂଲ୍ୟ ସହିତ ସମାନ ପରିମାଣର ଅର୍ଥ ଦେବାର ଦାୟିତ୍ୱ ଭାରତର ରିଜର୍ଭ ବ୍ୟାଙ୍କ ପାଖରେ ରହିଛି।

ଏଥିପାଇଁ ଏହି ନୋଟ୍‌ ଉପରେ ଲେକାଯାଏ… ମୁଁ ଧାରକକୁ ୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଛି। ସାଧାରଣ ଭାଷାରେ ମୁଦ୍ରାକୁ ଏକ ନୋଟ ବୋଲି କୁହାଯାଉଥିଲେ ମଧ୍ୟ ବ୍ୟାଙ୍କ ଏହାକୁ ଏକ ପ୍ରୋମୋସୋରୀ ନୋଟ ବୋଲି କହିଥାଏ। କାରଣ ଏଥିରେ ଏକ ପ୍ରତିଶ୍ରୁତି ଦିଆଯାଇଛି। ଏହି ଲେଖା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମୁଦ୍ରାର ମୂଲ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ଏଥିସହ ଗଭର୍ନର ଏଥିରେ ଦସ୍ତଖତ କରି ଏହାକୁ ନଶ୍ଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଡିଜିପିଙ୍କୁ ମାଛ ଖାଇବାକୁ ଦେଇ ଛୁରୀ ଭୁସି ଦେଇଥିଲେ ସ୍ତ୍ରୀ, ତଦନ୍ତରୁ ହେଲା ବଡ଼ ଖୁଲାସା

ବେଙ୍ଗାଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓମ ପ୍ରକାଶଙ୍କ ହତ୍ୟା ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ସୂଚନା ଆସିଛି...

ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ

ନବରଙ୍ଗପୁର,୨୧।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ...

୭ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ଆସିବେ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ 

ନୂଆଦିଲ୍ଲୀ,୨୧।୪: ଅନ୍ତର୍ଭୁକ୍ତି, ବିବିଧତା ଏବଂ ନ୍ୟାୟ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟରେ ସାତ...

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image