ଛତ୍ରପୁର,୧୮।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ ଗଞ୍ଜାମ ଜିଲା ପକ୍ଷରୁ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ ଅଫିସ ସମ୍ମୁଖରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଶତାଧିକ ଅଙ୍ଗନଓ୍ବାଡିକର୍ମୀ ଓ ସହାୟିକା ସାମିଲ ଥିଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଲାପାଳଙ୍କୁ ପ୍ରଦାନ କରାଯାଇଥିଲା ପ୍ରାରମ୍ଭରେ ଅଙ୍ଗନଓ୍ବାଡିକର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଏକ ବିଶାଳ ରାଲି ଡିଆରଡିଏ ଛକରୁ ବାହାରି ସହର ପରିକ୍ରମା କରି ଛତ୍ରପୁର ଉପଜିଲାପାଳ ଅଫିସ ଦେଇ ଜ଼ିଲାପାଳଙ୍କ ଅଫିସ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନେତା ମାନେ ଦାବି ଉପସ୍ଥାପନ କରିଥିଲେ ଦାବି ଗୁଡିକ ମଧ୍ୟରେ ଅଙ୍ଗନଓ୍ବାଡିକର୍ମୀ ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହ ପରିତୋଷିକ ପ୍ରଦାନ, ତିନି ମାସର ଆଗୁଆ ଟିଏଚଆର, ଏମଏସ ପିୱାଇ ଓ ରୋଷେଇ ପାଇଁ ଖର୍ଚ୍ଚ ଦେବା ,କେନ୍ଦ୍ର ଗୃହ ଯୋଗାଇଦେବା ଓ ନିର୍ମାଣ ନହେବା ଏପର୍ଯ୍ୟନ୍ତ କେନ୍ଦ୍ର ପାଇଁ ଭଡା ପ୍ରଦାନ,ଅବସର ପରେ ଅଙ୍ଗନଓ୍ବାଡିକର୍ମୀ ଓ ସହାୟିକା ମାନଙ୍କୁ ଶିକ୍ଷୟିତ୍ରୀ ଭଳି ଅବସରକାଳୀନ ବେନିଫିଟ ଦେବା, ମୋବାଇଲ ନଦେବା ପର୍ଯ୍ୟନ୍ତ ପୋଷଣ ଟ୍ରାକ କାମରେ କୋହଳ,ବକେୟା ପରିତୋଷିକ ପ୍ରଦାନ,ସବୁ ଜ଼ିଲା ଭଳି ୫ ଦିନ ବଦଳରେ 3 ଦିନ ଅଣ୍ଡା ଦେବା, ଶାଢ଼ୀ ବାବଦରେ ବାର୍ଷିକ ଅର୍ଥ ପ୍ରଦାନ ରହିଛି ଏଥିରେ ସଭାନେତ୍ରୀ ହେମଲତା ମହାନ୍ତି,ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ ନେତୃତ୍ୱ ନେଇଥିଲେ।