ଛତ୍ରପୁର,୮।୩(ଦିଲୀପ ସାମଲ): ଅନ୍ତର୍ଜାତୀୟ ମହିଳା ଦିବସ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ନିଖିଳ ଓଡ଼ିଶା ଇ.ସି. ସଂଘ ପକ୍ଷରୁ ଏହି ଦିନକୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଭାବେ ପାଳନ କରାଯାଇଛି। ନୂତନ ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମଜୀବୀ ମହିଳାଙ୍କ ଉପରେ ପୂନର୍ଗଠନ ଆଳରେ କରାଯାଇଥିବା ବହିଷ୍କାର ଆଦେଶ ପ୍ରତ୍ୟାହାର ଦାବିରେ ନିଖିଳ ଓଡିଶା ଇ.ସି. ସଂଘ ଛତ୍ରପୁର ଶାଖା ପକ୍ଷରୁ ଏହାକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛି।
ନିଖିଳ ଓଡିଶା ଇ.ସି ସଂଘ ସଭାପତି ଶୈଳବାଳା ରଥଙ୍କ ଅଧ୍ୟକ୍ଷତାରେ ଏହାର ପ୍ରତିବାଦ କରାଯାଇଥିଲା । ଓଡ଼ିଶାରେ ଏନଆର୍ଏଲ୍ଏମ୍ କେନ୍ଦ୍ରୀୟ ସ୍କିମ୍ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଏବଂ ଓଡ଼ିଶା ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ପ୍ରମୁଖ ସ୍କିମ୍ ୱାର୍କର କାର୍ଯ୍ୟନିର୍ବାହୀ(ଇସି) ସଦସ୍ୟଙ୍କୁ ପୁନର୍ଗଠନ ଆଳରେ କରାଯାଇଥିବା ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିୟମିତ ୱାର୍କର ମାନ୍ୟତା ପ୍ରଦାନ କରିବାକୁ ବିଭିନ୍ନ ଦାବି କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ୍ପ୍ରଭା ଦାଶ, ରାଜଲକ୍ଷ୍ମୀ ରାଉଳ, ବିଜୟନ୍ତୀ ପାତ୍ର, ୟୁ.ଲକ୍ଷ୍ମୀ, ପ୍ରେମଲତା ରେଡ୍ଡୀ, ସିଏଚ.ସାବିତ୍ରୀ, ଶିବାନୀ ପଣ୍ଡା, ସାଗରିକା ବେହେରା, ପୁଷ୍ପା ରେଡ୍ଡୀ, ବବିତା ବେହେରା, ଗୀତାଞ୍ଜଳି ପଣ୍ଡା, ଗୀତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।