ଏହିସବୁ ଅଭିନେତ୍ରୀ କରୁଥିଲେ ଡ୍ରଗ୍ସ କାରବାର

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ ଶିପ୍‌ରେ ଡ୍ରଗ୍ସ ପାର୍ଟି ଚାଲିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏଥିରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ନାଁ ସାମିଲ ଥିବାରୁ ପଚରାଉଚରା କରିବା ପରେ ରବିବାର ଏନ୍‌ସିବି ତାଙ୍କୁ ଗିରଫ କରିଛି। ଡ୍ରଗ୍ସ ପରି ମାମଲାରେ ଆର୍ଯ୍ୟନ ଜେଲ୍‌ ଯିବା ବହୁତ ବଡ଼ କଥା। କାରଣ ଏହା ଶାହାରୁଖଙ୍କ ସକାରାତ୍ମକ ଭାବମୂର୍ତ୍ତି ନଷ୍ଟ କରିବ। କିନ୍ତୁ ଏହା ପ୍ରଥମଥର ନୁହେଁ, ଏହା ପୂର୍ବରୁ ଅନେକ ବଲିଉଡ୍‌ ଷ୍ଟାରଙ୍କ ନାମରେ ଡ୍ରଗ୍ସ କାରବାର ଅଭିଯୋଗ ଆସିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାରରେ ଲିପ୍ତ ଥିବା କିଛି କଳାକାରଙ୍କୁ ଏନ୍‌ସିବି ପଚରାଉଚରା କରିବା ସହ ଗିରଫ ବି କରିଥିଲା। ଯଦିଓ ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦେଇଥିଲା।

ଏମାନଙ୍କ ମଧ୍ୟରୁ ରିୟା ଚକ୍ରବର୍ତ୍ତୀ, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନ ଏବଂ କମେଡି କୁଇନ୍‌ ଭାରତୀ ସିଂଙ୍କ ନାଁରେ ଡ୍ରଗ୍ସ କାରବାର ଅଭିଯୋଗ ଆସିଥିଲା। ଏହା ପରେ ଏନ୍‌ସିବି ଏମାନଙ୍କୁ ପଚରାଉଚରା କରିଥିଲା। ଏଥିରେ ରିୟା ଚକ୍ରବର୍ତ୍ତୀ ଏବଂ ଭାରତୀ ସିଂଙ୍କୁ ବାନ୍ଧି ନେଇଥିଲା ଏସ୍‌ସିବି। ପରେ ଜାମିନରେ ଆସିଥିଲେ।

Share