ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ରହିଛି ଏସବୁ ସୁବିଧା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିମନ୍ତେ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା।

ଏଥିରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ଲେଖାଳି, ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ୍‌, ତଳ ମହଲାରେ ପରୀକ୍ଷା ସ୍ଥାନର ବ୍ୟବସ୍ଥା, ଶ୍ରବଣ ବାଧିକଙ୍କ ନିମନ୍ତେ ଦ୍ୱିତୀୟ ଭାଷା SEP ଏବଂ ତୃତୀୟ ଭାଷା Visual Art ଚୟନ କରିବାର ବିକଳ୍ପ ବ୍ୟବସ୍ଥା ରହିଛି। ଦ୍ୱାଦଶ ଶ୍ରେଣୀର ସମସ୍ତ ବର୍ଗର ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ବ୍ୟବସ୍ଥା କରାଯାଇଛି। ଦଶମ ପରୀକ୍ଷାର୍ଥୀମାନେ ବୋର୍ଡ ଓ୍ବେବ୍‌ସାଇଟ୍‌ www.bseodisha.ac.in ଏବଂ ଦ୍ୱାଦଶ ପରୀକ୍ଷାର୍ଥୀମାନେ www.chseodisha.nic.inରେ ଲଗ୍‌ଇନ୍‌ କରି ଅଧିକ ବିବରଣୀ ହାସଲ କରିପାରିବେ।

ଏହି ବୈଠକରେ ଅନୁମପ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ସଭାପତି ଏବଂ ସମ୍ପାଦକ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତଥା ଉପାଧ୍ୟକ୍ଷ, ଉପ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍ ବନ୍ଧା ପକାଇ ଖାଇଗଲେ ଟଙ୍କା: କୋଠା ଦଖଲ କଲା ଫାଇନାନ୍ସ କମ୍ପନୀ

ପୁରୁଷୋତ୍ତମପୁର,୨୧ା୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଥିବା ସର୍ବପୁରାତନ ଶାଶ୍ବତ ଶିଶୁମନ୍ଦିରରେ ଏକ ବଡ ଘୋଟାଲା ଘଟଛି। ଯାହାକି ଶନିବାର ଭୂବନେଶ୍ବରର ଭର୍ତ୍ତିନା ଫାଇନାନ୍ସ...

ରମ୍ଭା ପୋଲିସକୁ ବଡ଼ ସଫଳତା, ମନ୍ଦିର ଚୋରୀ ଘଟଣାର ହଟିଲା ପରଦା

ଗଞ୍ଜାମ, ୨୧ା୧୨: (ବିଦ୍ୟାଧର ସାହୁ ): ଗତ କିଛି ମାସ ତଳେ ରମ୍ଭା ଓ ଗଞ୍ଜାମ ଅଞ୍ଚଳ ଶିବ ମନ୍ଦିର ଗୁଡିକରୁ ଲୁଟ ଘଟଣାରେ ରମ୍ଭା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭଦ୍ରକରେ ହେବ ବୟନ ପାର୍କ, ଏତିକି କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୨୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ଭଦ୍ରକରେ ବୟନ ପାର୍କ ପାଇଁ ୪୩୮୨ କୋଟି...

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଏମ୍‌ ଡିଆଇସି

ସୋନପୁର,୨୧।୧୨(ମୃତ୍ୟୁଞ୍ଜୟ ଶତପଥୀ): ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ(ପିଏମ୍‌ଇଜିପି)ରେ ଋଣ ଆବେଦନକୁ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଶନିବାର ସୁବର୍ଣ୍ଣପୁର ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ(ଜିଏମ୍‌...

ନୂଆ ବର୍ଷରୁ ନୂଆ ନିୟମ: ଆଉ ୩ ମାସରେ ଥରେ ମିଳିବନି ରାସନ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୧।୧୨: ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।...

୨୮ରେ ସମ୍ବଲପୁର ଆସିବେ ଶାହା

ଭୁବନେଶ୍ୱର,୨୧।୧୨: ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ରେ ସେ ସମ୍ବଲପୁର ଗସ୍ତ କରିବେ। ଏନେଇ ଶନିବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର...

ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ

ହିଞ୍ଜିଳିକାଟୁ,୨୧ା୧୨: ବ୍ୟାଙ୍କରୁ ଘର ବନ୍ଧକ ରଖି ଆଣିଥିଲେ ଋଣ। ବ୍ୟାଙ୍କର ବାରମ୍ବାର ସୂଚନା ସତ୍ତ୍ବେ ଦୀର୍ଘଦିନ ଧରି ଋଣ ଟଙ୍କା ଶୁଝି ନ’ପାରିବାରୁ ଋଣଖିଲାପକାରୀଙ୍କ ଘରକୁ...

କାଲିଠୁ କମିବ ବର୍ଷା

ଭୁବନେଶ୍ୱର,୨୧।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ରବିବାରଠାରୁ ବର୍ଷାର ପରିମାଣ କମିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri