ଭାରତର ଏସବୁ ସହରରେ ହେବ କୋଭିଶିଲ୍ଡର ମାନବ ପରୀକ୍ଷଣ

ନୂଆଦିଲ୍ଲୀ, ୩।୮: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକା କୋଭିଶିଲ୍ଡର ଭାରତରେ ମାନବ ପରୀକ୍ଷଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏନେଇ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକ ନିର୍ଦ୍ଦେଶାଳ(ଡିସିଜିଆଇ) ପକ୍ଷରୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ମଞ୍ଜୁରୀ ମିଳିଛି। କୋଭିଶିଲ୍ଡର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଭାରତରେ କରାଯିବ। ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏନେଇ ୨୦ କୋଟି ଡୋଜ୍‌ ପ୍ରସ୍ତୁତି କରାଯିବାର ଯୋଜନା ରହିଛି। ବ୍ରିଟେନ୍‌ରେ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ରହିଛି। ଭାରତରେ କୋଭିଶିଲ୍ଡର ମାନବ ପରୀକ୍ଷଣ ମୁମ୍ବାଇ ଏବଂ ପୁଣେ ସହରରେ କରାଯିବ ବୋଲି କୁହାଯାଉଛି। ପ୍ରଥମ ଦିନ ଗୋଟିଏ ଡୋଜ୍‌ ଦିଆଯିବାପରେ ୨୯ ଦିନରେ ପୁଣି ଦ୍ୱିତୀୟ ଡୋଜ୍‌ ଦିଆଯିବ। ପରୀକ୍ଷା ସଫଳ ହେଲେ ଏହାର ପ୍ରୟୋଗ ସାଧାରଣ ଲୋକଙ୍କ ଉପରେ କରାଯିବ।

Share