୬ରୁ ଖୋଲିବ ଏହିସବୁ ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର, ୪।୭(ବ୍ୟୁରୋ): କରୋନା ପାଇଁ ଓଡ଼ିଶାରେ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବ ବୋଲି ଏଏସ୍‌ଆଇ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ସ୍ଥାନଗୁଡିକ ମଧ୍ୟରେ ରହିଛି ଖଣ୍ଡଗିରି, ଉଦୟଗିରି, ଧଉଳି, ରାଜାରାଣୀ ମନ୍ଦିର, ବାରବାଟି ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଆଦି। ତେବେ କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିବ ନାହିଁ। ପୁରୀ ଜିଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ମନ୍ଦିର ଖୋଲିବ ନାହିଁ ବୋଲି ଏଏସ୍‌ଆଇ ସୂଚନା ଦେଇଛନ୍ତି।

Share