ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ। ରସୁଣ ଖାଇବା ଦ୍ୱାରା କ୍ୟାନ୍ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ କ’ଣ ଜାଣିଛନ୍ତି କେଉଁମାନେ ରସୁଣ ଖାଇବା ଅନୁଚିିତ? ତେବେ ଜାଣନ୍ତୁ ସେ ସମ୍ପର୍କରେ…
– ଶ୍ୱାସ ରୋଗୀ ରସୁଣ ଖାଇବା ଅନୁଚିତ। କାରଣ ରସୁଣରୁ ଏହି ରୋଗୀଙ୍କୁ ଅନେକ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ମିଳିଥାଏ।
– ଗର୍ଭବତୀମାନେ ରସୁଣ ଖାଇବାରୁ ଦୂରେଇ ରହିବା ଉଚିତ।
– ଯେକୌଣସି ପ୍ରକାର ଅସ୍ତ୍ରୋପଚାର ପୂର୍ବରୁ ରସୁଣ ଖାଇବା ଉଚିତ ନୁହେଁ।
– ଯଦି ଆପଣଙ୍କର ରସୁଣ ଖାଇବା ପସନ୍ଦ, ତେବେ ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ ।