ଏସବୁ ରାଜ୍ୟରେ ହୋଇଛି କରୋନା ଗୋଷ୍ଠୀ ସଂକ୍ରମଣ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ଥମୁନି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ବିଦେଶର ବହୁ ବିଶେଷଜ୍ଞ ଏନେଇ ମତପୋଷଣ କରିଛନ୍ତି। ତେବେ କେନ୍ଦ୍ର ସରକାର ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କୌଣସି ସୂଚନା ଦେଇ ନାହାଁନ୍ତି। ଅପରପକ୍ଷରେ କେରଳ, ପଶ୍ଚିମବଙ୍ଗ ଏବଂ ଆସାମ ସରକାର ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ମାନିଛନ୍ତି। ଦେଶର ୧୦ଟି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ମୋଟ ଆକ୍ରାନ୍ତଙ୍କ ୮୬ ପ୍ରତିଶତ ରହିଛି। ଗତ ୩ ଦିନ ମଧ୍ୟରେ ଲକ୍ଷେ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଏବେ ପ୍ରତି ୨ ଦିନରେ ଲକ୍ଷେ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ଥିବା କୁହାଯାଉଛି। ଧୀରେଧୀରେ ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବାର ଆଶଙ୍କା ରହିଛି। ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ସରକାର ସୂଚନା ଦେବାକୁ ପ୍ରଶାସନ ଅମଙ୍ଗ ହେଉଥିବା ପୁଣେର ଗ୍ଲୋବାଲ ହେଲଥ୍‌ ବିଶେଷଜ୍ଞ ଡାକ୍ତର ଅନନ୍ତ ଭାନ୍‌ କହିଛନ୍ତି। ଏନେଇ ଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତିି।

Share