ମାତୃଗର୍ଭରୁ ସ୍ଥିର ହୋଇଥାଏ ଏସବୁ

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ…
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ଯେତେବେଳେ ପିଲାଟି ମାତୃ ଗର୍ଭରେ ଥାଏ, ସେତେବେଳେ ତାଙ୍କ ଜୀବନ ସହିତ ଜଡ଼ିତ ୫ଟି କଥା ସ୍ଥିର ହୋଇଥାଏ। ଏଗୁଡ଼ିକ ହେଉଛି ବୟସ, କର୍ମ, ଧନ, ଶିକ୍ଷା ଏବଂ ମୃତ୍ୟୁ। ପିଲାଟି ତା’ ଜୀବନରେ କେତେ ବର୍ଷ ବଞ୍ଚିବ, ସେ କ’ଣ କାର୍ଯ୍ୟ କରିବ, କେତେ ଧନ ପ୍ରାପ୍ତ ହେବ, ସେ କେତେ ଜ୍ଞାନବାନ ହେବ ଏବଂ କେବେ ମୃତ୍ୟୁ ଘଟିବ ଏସବୁ ସ୍ଥିର ହୋଇସାରିଥାଏ।