ବିବାହିତା ମହିଳା ପାଦରେ ଅଳତା ଲଗାଇବା ଏକ ପରମ୍ପରା ଭାବେ ଭାରତୀୟ ସଂସ୍କୃତିରେ ରହି ଆସିଛି। ତେବେ ଏହାଦ୍ୱାରା ବହୁବିଧ ଉପକାର ମିଳିଥାଏ। ଅଳତା ଶରୀରରେ ପ୍ରବାହିତ ରକ୍ତକୁ ସୂଚିତ କରେ। ଏହାକୁ ପାଦରେ ଲଗାଇଲେ ସନ୍ତାନ ଉତ୍ପାଦନ କ୍ଷମତା ବୃଦ୍ଧି ହୁଏ ବୋଲି କୁହାଯାଇଥାଏ। ସେହିପରି ଏହା ବିବାହିତା ମହିଳାଙ୍କ ଲାଗି ସୌଭାଗ୍ୟ ଆଣିଥାଏ। ପ୍ରତିଦିନ ଅଳତା ଲଗାଉଥିବା ସଧବା ନାରୀ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ ବୋଲି ବିଶ୍ୱାସ ରହିଛି । ପାଦରେ ଗାରେ ଅଳତା ଲଗାଇଲେ ଆଙ୍ଗୁଳି ସନ୍ଧିରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି। ଏହା ସହିତ ପାଦରେ ଥିବା ପ୍ରେସର ପଏଣ୍ଟ୍ ଉପରେ ଲାଲ୍ ରଙ୍ଗ ରହିବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ରଙ୍ଗ ଚିକିତ୍ସା ଅନୁସାରେ ଏସବୁ ପଏଣ୍ଟ୍ ଉପରେ ଲାଲ ରଙ୍ଗ ରହିଲେ ରକ୍ତି ବିକାର ସହିତ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।