ସରକାରୀ କର୍ମଚାରୀଙ୍କ ଏସବୁ କାର୍ଯ୍ୟ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୭।୭(ବ୍ୟୁରୋ): ସରକାରୀ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ଉପରେ ନୂଆ କଟକଣା ଲାଗୁ କରାଯାଇଛି। ବିଶେଷକରି ଗଣମାଧ୍ୟମକୁ ପ୍ରେସ୍‌ ରିଲିଜ ବା ମତାମତ ଦେବା ଉପରେ କଟକଣା ଲାଗିଛି। ପଦୋନ୍ନତି, ଦରମା, ଚାକିରି ସର୍ତ୍ତାବଳୀ ଉପରେ ସେମାନେ କହିପାରିବେ ନାହିଁ। ଚାକିରି ସମ୍ପର୍କିତ ଅଭିଯୋଗ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇପାରିବେ। ନିର୍ଦ୍ଧାରିତ ଧାରାରେ ଉପରିସ୍ଥ ଅଧିକାରୀଙ୍କଠାରେ ଜଣାଇପାରିବେ। ଏପରିକି ସୋସିଆଲ ମିଡିଆକୁ ବ୍ୟବହାର କରି ଅଭିଯୋଗ ଜଣାଇବାକୁ ମଧ୍ୟ ବାରଣ କରାଯାଇଛି। ଏହାର ଅମାନ୍ୟ କଲେ ଚାକିରୀ ସର୍ତ୍ତାବଳୀର ଉଲ୍ଲଂଘନ ଭାବେ ବିବେଚନା କରାଯିବ। ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଜିଏ ସଚିବ ମଙ୍ଗଳବାର ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।

Share