ଦୋଳି ଖେଳିବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ରୁଷିଆର ପାହାଡ଼ ପାଦ ଦେଶରେ ଲାଗିଥିବା ଦୋଳିରେ ଦୁଇଜଣ ଯୁବତୀ ଝୁଲୁଥିଲେ। କୌଣସି କାରଣ ବଶତଃ ଜଞ୍ଜିର ଛିଡ଼ି ଯିବାରୁ ୬୩୦୦ ଫୁଟ ଉଚ୍ଚରୁ ଖାଲ ଭିତରକୁ ଦୁହେଁ ଖସିପଡ଼ିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ହୋସ୍ ଉଡ଼ିଗଲା।
ଝୁଲିବା ସମୟରେ ସୁଇଙ୍ଗ୍ ସିଟ୍ ଓଲଟି ପଡ଼ିଲା। ଫଳରେ ତଳକୁ ଦୁଇଜଣ ଖସିପଡ଼ିଲେ। ମୃତ୍ୟୁକୁ ଆଖି ସାମ୍ନାରେ ଦେଖିବା ପରେ ଯୁବତୀଙ୍କ ଅବସ୍ଥା ଖରାପ ହୋଇଗଲା। କେବଳ ଆଘାତ ଲାଗିଛି। ସୌଭାଗ୍ୟବଶତଃ ଦୁଇଜଣ ବଞ୍ଚି ଯାଇଛନ୍ତି। ଏହି ଘଟଣା ପରେ ଦୋଳିର ସୁରକ୍ଷା ଯାଞ୍ଚ କରାଯାଉଛି।
ଯୁବତୀ ଦୁଇଜଣ କହିଛନ୍ତି, ଆମେ କେବେ ଭାବି ନ ଥିଲୁ ଆମ ସହ ଏମିତି ଘଟିବ। ମୃତ୍ୟୁକୁ ଆମେ ଆଖି ସାମ୍ନାରେ ଦେଖି ବହୁତ ଡରିଯାଇଛୁ।