ଭୁବନେଶ୍ବର,୨୧।୬: ରାଜ୍ୟରେ କୋଭିଡ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । ଏହା ସହ ସହ ଟିବି, ଫାଇଲେରିଆ, ମ୍ୟାଲେରିଆ, ଡ଼ାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର୍ ଟୁ ଡୋର୍ ସର୍ଭିଲାନ୍ସ କରାଯାଉଛି।
ଆହୁରି ମଧ୍ୟ କହିଛନ୍ତି, ଗତ ୧୫ ଦିନରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଜ୍ରେ ରହୁଥିଲା । ଏବେ ତାହା ବଢିବା ଆରମ୍ଭ କରିଛି । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ଭାରିଆଣ୍ଟ। ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲାଇଜେଶନ ବଢି ନାହିଁ । ତଥାପି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ । ଏହା ବାଦ ଲୋକମାନଙ୍କୁ ଟିକା ନିଅନ୍ତୁ ବୋଲି ଅପିଲ କରାଯାଉଛି।