ବିପିୟୁଟିର ସମସ୍ତ ଅନଲାଇନ୍‌ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-କରୋନା ଜନିତ କଟକଣା ଲାଗି ବିପିୟୁଟିର ସମସ୍ତ ଅନ୍‌ଲାଇନ ପରୀକ୍ଷା ସ୍ଥଗିତ କରି ଦିଆଯାଇଛି। ଆସନ୍ତା ୩୧ ପର୍ଯ୍ୟନ୍ତ ଏହିସବୁ ପରୀକ୍ଷା ସ୍ଥଗିତ ରଖାଯାଇଛି। ବିପିୟୁଟି କୂଳପତି ପ୍ରଫେସର ଚିତରଞ୍ଜନ ତ୍ରିପାଠୀ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ତ୍ରିପାଠି କହିଛନ୍ତି, କରୋନା ପାଇଁ ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧାସ ଗଞ୍ଜାମ ଏବଂ ଯାଜପୁର ସମ୍ପୂର୍ଣ୍ଣ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ ହୋଇଛି। ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାରେ ସମସ୍ୟା ହେବ। ତେଣୁ ପରୀକ୍ଷାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏମବିଏ, ବିଟେକ, ବି-ଫାର୍ମା, ଇଣ୍ଟିଗ୍ରେଟେଡ ଏମ୍‌ଏସସି, ଏମ୍‌ବିଏ ପରୀକ୍ଷା ଆଦି ସ୍ଥଗିତ ରହିଛି। ଗତ ୯ ତାରିଖରେ ଅନ୍‌ଲାଇନରେ ପରୀକ୍ଷା ଆରମ୍ଭ ହୋଇଥିଲା।

Share