ସର୍ବଦଳୀୟ ବୈଠକ : ୨୭୯ ବୁଥ୍‌ରେ ଭୋଟ ଦେବେ ୨ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ୱର,୧୦ା୫(ବ୍ୟୁରୋ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡିକର କର୍ମକର୍ତ୍ତାଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି  । ନିର୍ବାଚନ ଆୟୋଗଙ୍କ ଦ୍ୱାରା ବ୍ରଜରାଜନଗର ଉପନିର୍ବାଚନ ଘୋଷଣା ସହ ସମ୍ପୂର୍ଣ୍ଣ ନିର୍ବାଚ1ନ ସୂଚୀ ସମ୍ପର୍କରେ ଉପସ୍ଥିତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି। ଜାନୁୟାରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ୨,୧୪,୭୪୫ । ସେଥିମଧ୍ୟରୁ ୧,୦୯,୯୮୯ ଜଣ ପୁରୁଷ ଓ ୧,୦୪,୭୩୯ ଜଣ ମହିଳା ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି  । ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୩୫୦୯ ଥିବାବେଳେ ସେଥିମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ମହିଳା ଦିବ୍ୟାଙ୍ଗ ଭୋଟର ଅଛନ୍ତି  । ଏହାବାଦ୍‌ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଥିବାବେଳେ ସେଥିରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ମହିଳା ଭୋଟର। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ସମସ୍ତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ନ୍‌ବୈଠକରେ ପ୍ରକାଶ କରିଛନ୍ତି  । ସେ ଆହୁରି କହିଛନ୍ତି, ନିର୍ବାଚନମଣ୍ଡଳୀରେ ସମୁଦାୟ ୨୫୭ ବୁଥ୍‌ ଥିବାବେଳେ କୋଭିଡ୍‌-୧୯ ଦୃଷ୍ଟିକୋଣରୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ଆଉ ଅତିରିକ୍ତ ୨୨ଟି ବୁଥ୍‌ ବଢ଼ାଯିବା ଫଳରେ ବୁଥସଂଖ୍ୟା ୨୭୯ ହୋଇଛି।

Share