Categories: ଜାତୀୟ

ମଣିପୁର ହିଂସାକୁ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୪।୬: ଦୀର୍ଘ ଦେଢ ମାସ ଧରି ଚାଲିଥିବା ମଣିପୁର ହିଂସାକୁ ନେଇ ଶନିବାର ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦ ଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଭାଜପା ସଭାପତି ଜେପି ନ୍ନଡା, କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଅଂଶଗ୍ରହଣ କରିଛନ୍ତି। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ, ଆରଜେଡି ସାଂସଦ ମନୋଜ କୁମାର ଝା ଏବଂ ସିପିଆଇ ସାଂସଦ ଜନ ବ୍ରିଟାଙ୍କ ସମେତ ଅନେକ ବିରୋଧୀଦଳ ନେତା ମଧ୍ୟ ଏହି ସଭାରେ ଯୋଗ ଦେଇଛନ୍ତି।

Share