ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ନିର୍ବାଚନ ପ୍ରଚାର ବେଳେ କୌଣସି ପ୍ରାର୍ଥୀଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରାଯାଇ ପାରିବ ନାହିଁ। ଭାରତର ମୁଖ୍ୟ ନିର୍ବାଚନ କମିଶନ ଏ ନେଇ କଟକଣା ଜାରି କରିଛନ୍ତି। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଯଦି କୌଣସି ରାଜନୈତିକ ଦଳ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବେ ତେବେ ସମ୍ପୃକ୍ତ ଦଳକୁ କୈଫିୟତ ଦେବାକୁ ପଡ଼ିବ। ଏଥିସହିତ ଲୋକଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ପ୍ରାର୍ଥୀ ଅତି କମ୍‌ରେ ୩ ଥର ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଇବେ। ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ସୂଚନା ଦିଆଯାଇଛି।
ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନରେ ପ୍ରଥମ ଥର ଲାଗି ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଭୋଟର, ଭିନ୍ନକ୍ଷମ, କୋଭିଡ୍‌ ଆକ୍ରାନ୍ତ ଏବଂ ସନ୍ଦିଗ୍ଧ କୋଭିଡ୍‌ ଆକ୍ରନ୍ତ ଭୋଟରଙ୍କୁ ପୋଷ୍ଟାଲ ବାଲଟ ଜରିଆରେ ଭୋଟ ଦେବାର ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କୋଭିଡ୍‌କୁ ଦୃଷ୍ଟିରେ ରଖି ପ୍ରତି ବୁଥ୍‌ରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ। ଏଥିସହିତ ମତଦାତାଙ୍କ ସୁବିଧା ପାଇଁ ଅତିରିକ୍ତ ବୁଥ୍‌ ଖୋଲାଯିବ। ନିର୍ବାଚନ ପ୍ରଚାର ବେଳେ ରାଜନୈତିକ ଦଳଗୁଡ଼ିକ କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ କରିବା ବାଧ୍ୟତାମୂଳକ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ନାମାଙ୍କନପତ୍ର ଦାଖଲ ସମୟରେ ସର୍ବାଧିକ ୨ ଜଣ ଯାଇପାରିବେ। ପଦଯାତ୍ରା ଓ ଘରକୁ ଘର ବୁଲି ପ୍ରଚାର କରିବା ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧିକ ୫ ଜଣ ରହିପାରିବେ। ଆସନ୍ତା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ଛନ୍ତି। ବୈଠକରେ କଂଗ୍ରେସ ପକ୍ଷରୁ ଶିବାନନ୍ଦ ରାୟ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଦୁଷ୍ମନ୍ତ କୁମାର ଦାସ, ଭାଜପା ପକ୍ଷରୁ ଜଗନ୍ନାଥ ପ୍ରଧାନ, ବିଜେଡି ପକ୍ଷରୁ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ।
ସୂଚନାଯୋଗ୍ୟ, ଉକ୍ତ ଦୁଇ ନିର୍ବାଚନମଣ୍ଡଳୀରେ ନଭେମ୍ବର ୩ରେ ଭୋଟଗ୍ରହଣ ଓ ୧୦ ତାରିଖରେ ଭୋଟ ଗଣତି କରାଯିବ। ଅକ୍ଟୋବର ୯ରେ ବିଜ୍ଞପ୍ତି ପ୍ରକାଶ କରାଯିବ। ୧୯ରେ ନାମାଙ୍କନପତ୍ର ଦାଖଲ, ୧୭ରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୧୯ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri