ନୂଆଦିଲ୍ଲୀ,୧୯।୭: ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ବୁଧବାର(ଜୁଲାଇ ୧୯) କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧିବେଶନ ସହ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା ବୈଠକରେ ସମସ୍ତ ଦଳକୁ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ, ସଂସଦର ଏହି ଅଧିବେଶନରେ ମୋଟ ୩୧ ବିଲ ଉପସ୍ଥାପିତ ହେବ। ଏହି ବିଲ୍ ତାଲିକାର ପ୍ରଥମ ବିଲ ଦିଲ୍ଲୀକୁ ନେଇ ଅଣାଯାଇଥିବା ଅଧ୍ୟାଦେଶ ସହ ଜଡ଼ିତ।
ବୈଠକରେ ଜୟରାମ ରମେଶ, କଂଗ୍ରେସର ପ୍ରମୋଦ ତିଓ୍ବାରୀ, ଅପନା ଦଳରୁ ଅନୁପ୍ରିୟା ପଟେଲ, ରାମଗୋପାଲ ଯାଦବ, ଏସ୍ଟି ହାସନ, ଏଆଇଡିଏମ୍କେରୁ ଥାମ୍ବୋ ଦୁରାଇ ପ୍ରମୁଖ ଯୋଗ ଦେଇଥିଲେ।