ଆସନ୍ତା ୪ରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର ୩୦।୧: ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୪ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ଏହି ସର୍ବଦଳୀୟ ବୈଠକ ବସିବ । ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବୈଠକ ବସିବ ।

ସେହିଭଳି ୫ ତାରିଖ ପୂର୍ବାହ୍ନ ୧୦ଟା ୧୫ରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ଏ ନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସୂଚନା ଦେଇଛନ୍ତି ।

Share