Categories: ଜାତୀୟ

ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୩।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସ୍ବତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ବୁଧବାର ‘ଏକ୍ସ’ରେ ମାଧ୍ୟମରେ କହିଛନ୍ତି, ଚଳିତ ମାସ ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ୧୭ ତାରିଖ ଅପରାହ୍ନ ୪.୩୦ରେ ସର୍ବଦଳୀୟ ବୈଠକ ଡକାଯାଇଛି। ଏଥିପାଇଁ ସମ୍ବନ୍ଧିତ ନେତାଙ୍କୁ ଇମେଲ ଯୋଗେ ନିମନ୍ତ୍ରଣ ପଠାଯାଇଛି।
ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ସ୍ବତନ୍ତ୍ର ଅଧିବେଶନରେ ଏଜେଣ୍ଡା ସମ୍ବନ୍ଧରେ ଆଲୋଚନା ହୋଇପାରେ। ଏହି ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଅନୁରାଗ ଠାକୁର, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ସମସ୍ତ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଅଛନ୍ତି।

 

Share