Advertisement

ସର୍ବଦଳୀୟ ବୈଠକ: ବାହାର ରାଜ୍ୟ ଲୋକଙ୍କୁ ନ ମିଳୁ ମତଦାନ ଅଧିକାର…

ଶ୍ରୀନଗର, ୧୦।୯ : ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଶନିବାର ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଗୁପକାର ମିଳିତ ମଞ୍ଚ ବ୍ୟତୀତ ଅନ୍ୟ ଚାରିଟି ସଂଗଠନ ଅଂଶଗ୍ରହଣ କରିଥିଲେ। ଏଥିରେ ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ସ୍ଥିତିର ପୁନରୁଦ୍ଧାର ସମେତ ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର ନିର୍ବାଚନରେ ବାହାର ରାଜ୍ୟବାସୀଙ୍କୁ ଭୋଟ ଦେବାର ଅଧିକାର ନଦେବା ଉପରେ ଆଲୋଚନା କରାଯାଇଥିଲା।

ଜମ୍ମୁ-କଶ୍ମୀରରେ ବାହାର ରାଜ୍ୟର ଲୋକଙ୍କୁ ଭୋଟର ରୂପେ ପରିଣତ କରିବା ଉପରେ ସମସ୍ତ ଦଳ ପ୍ରଶ୍ନ ଉଠାଇଥିଲେ। ପିଡିପି, ଆୱାମୀ ନ୍ୟଶନାଲ କନଫରେନ୍ସ, ସିପିଆଇ ଗୁପକର ମିଳିତ ମଞ୍ଚର ସଦସ୍ୟ ଏନେଇ ନିଜନିଜ ମତ ଉପସ୍ଥାପନ କରିଥିଲେ।

ବୈଠକ ପରେ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ମତଦାନ ଅଧିକାର ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇଛନ୍ତି। ଏଥିପାଇଁ ଏକ କମିଟି ଗଠନ ହେବ ଯାହା ଆଇନଗତ ଭାବରେ ସାହାଯ୍ୟ କରିବ। ଏହି ପ୍ରସଙ୍ଗ ସମସ୍ତ ପକ୍ଷଙ୍କ ଠାରୁ ମଧ୍ୟ ମତାମତ ନିଆଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share