ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଆସନ୍ତା ୨୯ ତାରିଖରେ କରୋନା କଟକଣା ଭିତରେ ବିଧାନସଭାର  ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସର୍ବଦଳୀୟ ବୈଠକ ବସିଛି। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ସାମିଲ ହୋଇଛନ୍ତି। କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି।
ଚଳିତଥର ବିଧାନସଭା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ଏଥିସହ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପାର୍ଲାମେଣ୍ଟରେ ଯେଉଁଭଳି ଭାବେ ମୌସୁମୀ ଅଧିବେଶନ ବସିଲା ସେହି ଢାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ ବୋଲି ଆଲୋଚନା ହୋଇଛି।

Share