Categories: ଖେଳ

‘ସବୁ ଲୋକ ଦେଖାଣିଆ…’, କ୍ରିକେଟର ମହମ୍ମଦ ଶାମି ଝିଅକୁ ଦେଖା କରିବା ସମୟରେ ହସିନ ଜାହାନ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ,୪।୧୦: ନିକଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ଝିଅ ସହିତ ଏକ ଭିଡିଓ ଶେୟାର କରିଥିଲେ, ଯେଉଁ ଭିଡିଓକୁ ଦେଖି ପ୍ରଶଂସକମାନେ ବହୁତ ଲାଇକ୍‌ କରିଛନ୍ତି। କିନ୍ତୁ, ବର୍ତ୍ତମାନ ହସିନ ଜାହାନ ଶାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଶାମି ତାଙ୍କ ଝିଅର ଯତ୍ନ ନେଉନାହାଁନ୍ତି, ସେ କେବଳ ନିଜ ସହ ବ୍ୟସ୍ତ ଅଛନ୍ତି।

ମହମ୍ମଦ ଶାମି ଦୀର୍ଘ ଦିନ ଧରି କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିଲେ। ଫେବୃଆରୀରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା, ଯାହା ପରେ ସେ ପୁନର୍ବାର ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ନିକଟରେ ସେ ତାଙ୍କ ଝିଅ ସହିତ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଏକ ଭାବପ୍ରବଣ କ୍ୟାପସନ ମଧ୍ୟ ଥିଲା।
ଶାମି କ୍ୟାପସନରେ ଲେଖିଛନ୍ତି, ଯେତେବେଳେ ମୁଁ ତାଙ୍କୁ ବହୁତ ସମୟ ପରେ ପୁଣି ଦେଖିଲି, ସମୟ ଯେମିତି ଅଟକି ଗଲା। ମୁଁ ଶବ୍ଦ ଅପେକ୍ଷା ତୁମକୁ ଅଧିକ ଭଲ ପାଏ, ବେବୋ। କିନ୍ତୁ, ବର୍ତ୍ତମାନ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଶାମି ବହୁ ପୂର୍ବରୁ ସାକ୍ଷାତ କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ପୋଷ୍ଟ କରିଛନ୍ତି।
ହସିନ ଜାହାନ କହିଛନ୍ତି, ଶାମି ମୋ ଝିଅ ବିଷୟରେ କେବେ ପଚାରନ୍ତି ନାହିଁ। ଶାମି ନିଜ ସହ ବ୍ୟସ୍ତ ରହିଛନ୍ତି। ସେ ଏକ ମାସ ପୂର୍ବରୁ ତାଙ୍କୁ ଭେଟିଥିଲେ, କିନ୍ତୁ ପରେ ସେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିନଥିଲେ। ମୁଁ ଭାବୁଛି ବର୍ତ୍ତମାନ ପୋଷ୍ଟ କରିବାକୁ ଆଉ କିଛି ନାହିଁ, ତେଣୁ ସେ ଏହି ଭିଡିଓ ଅପଲୋଡ କରିଛନ୍ତି।
ସୂଚନାଯୋଗ୍ୟ, ୨ବର୍ଷ ପରସ୍ପରକୁ ଡେଟ କରିବା ପରେ ମହମ୍ମଦ ଶାମି ଏବଂ ହସିନ ଜାହାନ ୬ ଜୁନ ୨୦୧୪ରେ ନିଜ ପରିବାରର ସହମତିରେ ବିବାହ କରିଥିଲେ। ଏହା ପରେ ୨୦୧୫ରେ ସେମାନଙ୍କର ଏକ ଝିଅ ହୋଇଥିଲା। ମହମ୍ମଦ ଶାମି ୨୦୧୮ରେ ତାଙ୍କ ପତ୍ନୀ ହସିନ ଜହାନଙ୍କଠାରୁ ଅଲଗା ହୋଇଥିଲେ। ଘରୋଇ ହିଂସା ଭଳି ଶାମିଙ୍କ ବିରୋଧରେ ହସିନ ଜାହାନ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ।
ମାମଲା କୋର୍ଟରେ ଅଛି। ଉଭୟ ଆଇନଗତ ଭାବେ ଛାଡପତ୍ର ହୋଇନାହାଁନ୍ତି, କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁହେଁ ଅଲଗା ରୁହନ୍ତି। ଅଦାଲତ କହିଛନ୍ତି ଯେ ଶାମି ହସିନ ଜାହାନଙ୍କୁ ପ୍ରତି ମାସରେ ୧ଲକ୍ଷ ୩୦ହଜାର ଟଙ୍କା ଦେବାକୁ ପଡିବ। ଏଥିମଧ୍ୟରୁ ୮୦ହଜାର ଟଙ୍କା ଝିଅର ଲାଳନପାଳନ ପାଇଁ ଏବଂ ୫୦ହଜାର ଟଙ୍କା ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ହେବ।

Share