Categories: ଜାତୀୟ

ଇସ୍ତଫା ଦେଲେ ରାଜସ୍ଥାନର ସମସ୍ତ ମନ୍ତ୍ରୀ

ଜୟପୁର,୨୦।୧୧: ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ହେବାକୁ ଥିବା ଅଦଳବଦଳର ଗୋଟିଏ ଦିନ ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜ୍ୟର ସମସ୍ତ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି। ନୂଆ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ରବିବାର ରାଜ ଭବନରେ ଆୟୋଜିତ ହୋଇପାରେ।

ଶନିବାର ସନ୍ଧ୍ୟା ୭ଟାରେ ଜୟପୁରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା। ଏହି ବୈଠକ ପରେ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ରବିବାର ଅପରାହ୍ନ ୨ଟା ବେଳେ ରାଜ୍ୟର ସମସ୍ତ ମନ୍ତ୍ରୀମାନେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଯିବେ। ସେଠାରେ ସବୁ ନିଷ୍ପତ୍ତି ନିଆଯାବ। ନୂଆ ମନ୍ତ୍ରୀମାନେ ୪ଟାବେଳେ ଶପଥ ଗ୍ରହଣ କରିପାରନ୍ତି।

ଦିଲ୍ଲୀରେ ସିନିୟର ନେତାଙ୍କ ସହ ସଚିନ ପାଇଲେଟଙ୍କ ଅନେକ ରାଉଣ୍ଡ ବୈଠକ ପରେ କ୍ୟାବିନେଟ୍‌ ଅଦଳବଦଳ ପାଇଁ ଗଣତି ଆରମ୍ଭ ହୋଇଥିଲା। କ୍ୟାବିନେଟରେ ପାଇଲଟଙ୍କ ସମର୍ଥକଙ୍କୁ ଆଗ୍ରାଧ୍ୟକାର ଦିଆଯାଇପାରେ। ପାଇଲଟଙ୍କୁ ମଧ୍ୟ ରାଜସ୍ଥାନ ବାହାରେ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି।

Share