ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୦ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୩୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୦ ମୃତକଙ୍କ ମଧ୍ୟରୁ ଅନୁଗୋଳ, କଟକ, କଳାହାଣ୍ଡି ଓ ଖୋର୍ଦ୍ଧା ଜିଲାରୁ ୫ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ରାୟଗଡ଼ାରୁ ୩ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଦେବଗଡ଼, ସମ୍ବଲପୁର ଓ ନବରଙ୍ଗପୁର ଜିଲାରୁ ୨ ଜଣ ଲେଖାଏ ଏବଂ ବାଲେଶ୍ୱର, ଢେଙ୍କନାଳ, ଯାଜପୁର ଓ ମାଲକାନଗିରିରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି।

Share