ଜାନୁଆରୀ ୩ରୁ ଖୋଲିପାରିବ ସମସ୍ତ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କରୋନା ପାଇଁ ଧାର୍ମିକ ଅନୁଷ୍ଠାନ ଖୋଲା ନ ଯିବାକୁ ସରକାର ଘୋଷଣା କରିଥିଲେ। ବର୍ତ୍ତମାନ ସଂକ୍ରମଣ ହାର କମୁଥିବା ଯୋଗୁ ଏହାକୁ ଧିରେ ଧିରେ କୋହଳ କରାଯାଉଛି। ପ୍ରଥମେ ଶ୍ରୀମନ୍ଦିର ପରେ ଲିଙ୍ଗରାଜ ପରେ ଏବେ ବାକି ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୩ ତାରିଖରୁ ଅନ୍ୟମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲାଯାଇପାରିବ। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତେବେ ଯେଉଁମାନେ ମନ୍ଦିର ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରଟେକିଂ ଦେବେ। ସମ୍ପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି କୋଭିଡ ଗାଇଡ୍‌ଲାଇନ୍‌ ପାଳନ ନେଇ ଅଣ୍ଡରଟେକିଂ ଦେବେ। ମନ୍ଦିର ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ଲେଖିକରି ଦେବାକୁ ହେବ ବୋଲି ସେ କହିଛନ୍ତି।

Share