ଗଞ୍ଜାମରେ ସମସ୍ତ ଧର୍ମାନୁଷ୍ଠାନ ୯ରୁ ବନ୍ଦ

ଛତ୍ରପୁର,୮।୧(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଏବଂ ଓମିକ୍ରନ୍‌ ଭାରିଆଣ୍ଟ ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନିକ ରଖି କଟକଣା କଡ଼ାକଡ଼ି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାରେ ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ୯ ତାରିଖରୁ ବନ୍ଦ ରହିବ। ମା’ ତାରାତାରିଣୀ, ମା’ ବୁଢ଼ୀ ଠାକୁରାଣୀ, ବ୍ରହ୍ମପୁର ମା’ ସିଦ୍ଧଭୈରବୀଙ୍କ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। କେବଳ ନୀତିକାନ୍ତି ଲାଗି ଅଳ୍ପ ସଂଖ୍ୟକ ସେବାୟତ କୋଭିଡ୍‌ କଟକଣା ମଧ୍ୟରେ ପୂଜାର୍ଚ୍ଚନା କରିବେ। ଜିଲା ପ୍ରଶାସନ ଦ୍ୱାରା ଏହି ନିୟମ ଆସନ୍ତା ୯ ତାରିଖ ପ୍ରତ୍ୟୁଷ ୫ଟାରୁ ଆରମ୍ଭ ହୋଇ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଆଦେଶର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share