Categories: ଖେଳ

‘ପାକିସ୍ତାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ନାହାଁନ୍ତି ଅଲରାଉଣ୍ଡର’

ଇସ୍‌ଲାମାବାଦ,୧୫।୮: ଆଇପିଏଲ ୨୦୨୨ରେ ଆଘାତ ହେବାପରେ ହାର୍ଦ୍ଦିକ ପାଣ୍ଡ୍ୟା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ବଡ଼ ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାକୁ ଯାଉଛନ୍ତି। ୨୭ ଅଗଷ୍ଟରୁ ୟୁଏଇରେ ଟି-୨୦ ଏସିଆ କପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଅଗଷ୍ଟ ୨୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ହେବ। ଗତବର୍ଷ ଟି-୨୦ ବିଶ୍ୱକପ୍‌ ପରେ ପ୍ରଥମଥର ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ। ଏଥିସହିତ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ମଧ୍ୟ ଅନୁଷ୍ଠିତ ହେବ। ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଆକିବ ଜାଭେଦ୍‌ କହିଛନ୍ତି, ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ସେମାନଙ୍କ ବ୍ୟାଟିଂରେ। ଭାରତର ବ୍ୟାଟିଂ ଏବେ ମଧ୍ୟ ଅଧିକ ଦୃଢ଼। ଯଦି ରୋହିତ ଶର୍ମାଙ୍କ ବ୍ୟାଟ୍‌ ଚାଲିବ, ତେବେ ସେ ଭାରତ ପାଇଁ ମ୍ୟାଚ୍‌ ଜିତିପାରିବେ। କିନ୍ତୁ ଭାରତ ଏବଂ ପାକିସ୍ତାନର ମଧ୍ୟକ୍ରମରେ ଏକ ବଡ଼ ପାର୍ଥକ୍ୟ ଅଛି। ପାକିସ୍ତାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଅଲ୍‌ରାଉଣ୍ଡର ନାହାନ୍ତି। ତେଣୁ ଭାରତର ବିଜୟ ସମ୍ଭାବନା ଅଧିକ ରହିବ।
ପାଣ୍ଡ୍ୟା ଆଇପିଏଲ ୨୦୨୨ ପରଠାରୁ ଭଲ ଫର୍ମରେ ଅଛନ୍ତି। ଗ୍ରୁପ୍‌ ରାଉଣ୍ଡ ବ୍ୟତୀତ ଭାରତ ଏବଂ ପାକିସ୍ତାନ ଏସିଆ କପ୍‌ ସୁପର-୪ ଏବଂ ଫାଇନାଲରେ ମଧ୍ୟ ମୁହାଁମୁହିଁ ହୋଇପାରନ୍ତି।

Share