
ନୂଆଦିଲ୍ଲୀ,୨୯।୩ (ଅଭୟ ଦାଶ): ରୟାଲ ଏନ୍ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ କ୍ଲାସିକ୍ ୬୫୦ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କ୍ଲାସିକ୍ ୬୫୦ରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ଫିଚର ସାମିଲ ରହିଛି। ଏପରିକି ଏହାର ସୌନ୍ଦର୍ଯ୍ୟ, ଆଧୁନିକ ଡିଜାଇନ ଏବଂ ଅତ୍ୟାଧୁନିକ କାରିଗରିକୁ ମୋଟର ସାଇକେଲ ଚାଳନାର ସ୍ଥାୟୀ ଭାବନା ସହି ଏକତ୍ରିତ କରାଯାଇଛି। ବେସ୍ପୋକ୍ କାରିଗରି ଏବଂ ଡିଜାଇନ ସହିତ ଏହି ମୋଟରସାଇକେଲ କ୍ଲାସିକ୍ ଅଟୋମୋଟିଭ୍ ଡିଜାଇନ, ସୌନ୍ଦର୍ଯ୍ୟ ଏବଂ ଇଞ୍ଜିନିୟରିଂର ସଂସ୍କୃତିକୁ ପ୍ରତିନିଧିତ୍ୱ କରିଛି ।
ସେହିଭଳି ସାରା ଭାରତରେ ଏହାର ବୁକିଂ, ଟେଷ୍ଟ ରାଇଡ ଓ ସେଲ ନିକଟରେ ଆରମ୍ଭ ହୋଇଯାଇଛି। ରୟାଲ ଏନ୍ଫିଲ୍ଡ କ୍ଲାସିକ ୬୫୦ ୪ଟି ଆକର୍ଷଣୀୟ କଲରରେ ଉପଲବ୍ଧ ହେଉଛି। ଏହାର ଏକ୍ସ-ଶୋ ରୁମ୍ ମୂଲ୍ୟ ବା କ୍ଲାସିକ୍ ୬୫୦କୁ ୩,୩୭,୦୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି।
ଅପରପକ୍ଷରେ ହଟରୋଡ ଭାରିଆଣ୍ଟ ଭାଲାମ ରେଡ୍ ଏବଂ ବ୍ରଣ୍ଟିଙ୍ଗଥ୍ରୋପ ବ୍ଲୁ କଲରର ମୂଲ୍ୟ ୩,୩୭,୦୦୦ ଟଙ୍କା, କ୍ଲାସିକ୍ ଭାରିଆଣ୍ଟ ଟିଏଲ କଲର ମୂଲ୍ୟ ୩,୪୧,୦୦୦ ଟଙ୍କା ଏବଂ କ୍ରୋମ ଭାରିଆଣ୍ଟ ବ୍ଲାକ୍ କ୍ରୋମ କଲରର ମୂଲ୍ୟ ୩,୫୦,୦୦୦ ଟଙ୍କାରେ ଉପଲବ୍ଧ ହେଉଛି।
ଏ ସମ୍ପର୍କରେ ଆଇସର ମୋଟର୍ସ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ତଥା ରୟାଲ ଏନ୍ଫିଲ୍ଡର ସିଇଓ ବି ଗୋବିନ୍ଦରାଜନ କହିଛନ୍ତି, କ୍ଲାସିକ୍ ୬୫୦ କେବଳ ଏକ ମୋଟରସାଇକେଲ ନୁହେଁ-ଏହା ଆମର ସମୃଦ୍ଧ ପରମ୍ପରା ପ୍ରତି ଏକ ଅବଦାନ। ଯେଉଁଠାରେ କାଳଜୟୀ ଡିଜାଇନ ସହଜ ପ୍ରଦର୍ଶନ ସହିତ ଏକତ୍ର ହୋଇଛି। ଏହା ରୟାଲ ଏନ୍ଫିଲ୍ଡର ଭାବନାକୁ ଆଗକୁ ବଢ଼ାଉଛି, ଯେବେକି ରାଇଡର୍ ଏବଂ ମେଶିନ ମଧ୍ୟରେ ରହିଥିବା ଏକ ଅତୁଟ ବନ୍ଧନ ସହିତ କାରିଗରିକୁ ଏକତ୍ର କରୁଛି। ଆମର ପ୍ରମାଣିତ ୬୫୦ସିସି ସମାନ୍ତରାଳ ଟ୍ବିନ୍ ପ୍ଲାଟଫର୍ମ ଉପରେ ନିର୍ମିତ ହୋଇଛି।