ବଲାଙ୍ଗୀରର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୪ା୯(ଅସମାପିକା ସାହୁ): ବଲାଙ୍ଗୀରରେ ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ଚଞ୍ଚଳ ରାଣା। ଏନେଇ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି।

ଜିଲାର ତଳିଆ ଅଞ୍ଚଳ ପାଣି ଘେରରେ ରହିଥିବା ବେଳେ ଘର ଭିତରେ ପାଣି ପଶିଯାଇଛି। ଜିଲା ପ୍ରଶାସନ ଓ ମ୍ୟୁନିସିପାଲିଟି ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କୁ ଉଦ୍ଧାର କରିବା ସହ ଜଳ ନିଷ୍କାସନ କରାଯାଉଛି। ଯେଉଁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି କଣ୍ଟ୍ରୋଲ ରୁମ୍‌କୁ କଲ୍‌ କରି ଜଣାଇବାକୁ ଜିଲାପାଳ ସୂଚନା ଦେଇଛନ୍ତି।

Share