ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ୩୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ, ସରକାରଙ୍କ ନିର୍ଦ୍ଦେଶ…

ଜୟପୁର, ୯।୧ : ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଜାନୁୟାରୀ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ଏନେଇ ରାଜ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍‌ ଲାଇନ୍‌ରେ ପାଠପଢ଼ା ଜାରି ରଖିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ୫୦ ପ୍ରତିଶତ ଶିକ୍ଷାର୍ଥୀଙ୍କ ଉପସ୍ଥିତିରେ ଶିକ୍ଷାଦାନ ଜାରି ରହିବ।

Share