ମହାରାଷ୍ଟ୍ର: ଡିସେମ୍ବର ଶେଷ ପର୍ଯ୍ୟନ୍ତ ବିଏମ୍‌ସିର ସମସ୍ତ ସ୍କୁଲ ବନ୍ଦ

ମୁମ୍ବାଇ,୨୦ ।୧୧: ମହାରାଷ୍ଟ୍ର ସରକାର ବୃହନମୁମ୍ବଇ ମହାନଗରପାଳିକା(ବିଏମ୍‌ସି) ଅନ୍ତର୍ଗତ ସମସ୍ତ ସ୍କୁଲକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ମେୟର କିଶୋର ପେଡନେକର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସରକାର ୨୩ ନଭେମ୍ବରରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟ ରାଜ୍ୟ ଭଳି ମହାରାଷ୍ଟ୍ର ସରକାର ମଧ୍ୟ ଦୀପାବଳି ପରେ ସ୍କୁଲ ଖୋଲିବା କଥା ଚିନ୍ତା କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ସମସ୍ତ କରୋନା ଗାଇଡ ଲାଇନ୍ ପାଳନ କରାଯାଇ ଦୀପାବଳି ପରେ ସ୍କୁଲ ଖୋଲାଯିବ । ସିପ୍ଟ ଅନୁଯାୟୀ ସ୍କୁଲରେ ଶିକ୍ଷାଦାନ କରାଯିବ । ତେବେ ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Share