ଆସିଲା ବଡ଼ ଅପ୍‌ଡେଟ୍‌: ଏହିଦିନରୁ ସ୍ବାଭାବିକ ହେବ ସମସ୍ତ ବିଦ୍ୟାଳୟ

ଭୁବନେଶ୍ୱର,୨୦ା୬(ଅସମାପିକା ସାହୁ): ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁନ୍‌ ୨୧ ଯାଏ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ତାରିଖଠାରୁ ସମସ୍ତ ବିଦ୍ୟାଳୟ ସ୍ବାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲ ଖୋଲା ରହିବ କି ନାହିଁ ଏନେଇ ନିଷ୍ପତ୍ତି ନେବାକୁ ସବୁ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର। ତେବେ ଖରାଛୁଟି ପରେ ମଙ୍ଗଳବାର ଅର୍ଥାତ୍‌ ଜୁନ୍‌ ୧୮ରେ ସ୍କୁଲ ଖୋଲା ହୋଇଥାଆନ୍ତା। ମାତ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପୁଣି କେତେକ ଜିଲାରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ, ଜିଲାପାଳମାନେ ନିଜ ନିଜ ଜିଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ ଶୁକ୍ରବାର ପର୍ଯ୍ୟନ୍ତ ଏହାକୁ ପୁଣି ବଢ଼ାଇ ଦିଆଯାଇଛି। ୨୨ ତାରିଖ ପରଠାରୁ ସମସ୍ତ ବିଦ୍ୟାଳୟ ସ୍ବାଭାବିକ ଭାବେ ଖୋଲାରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri