Categories: ଜାତୀୟ

ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ,୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପୁଣିଥରେ ସ୍କୁଲ ବନ୍ଦର ଅବଧିକୁ ବୃଦ୍ଧି କରାଯାଇଛି । ରବିବାର ଶିକ୍ଷାମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ । ରାଜଧାନୀ ଦିଲ୍ଲୀରେ କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥିବା ବେଳେ ଏହା ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨୫୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି ଏବେ ସୁଦ୍ଧା ଦିଲ୍ଲୀରେ ୨,୮୭,୯୩୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨,୫୭,୨୨୪ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ସେଠାରେ ଆରୋଗ୍ୟ ହାର ୮୯.୪ ଥିବା ବେଳେ ଦିଲ୍ଲୀରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ପହଞ୍ଚିଲାଣି ୫,୪୭୨ରେ ।

Share