Categories: ଫୁରସତ

ଏଭଳି ସ୍କୁଲ ଯେଉଁଠି ପିଲା ଏକାସାଙ୍ଗରେ ଦୁଇ ହାତରେ ଲେଖିବାରେ ମାଷ୍ଟର, ଦେଖିଲେ ହେବନାହିଁ ବିଶ୍ୱାସ…

ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରତିଭା ରହିଛି ଯାହା ବିଷୟରେ ଜାଣିଲେ ଅନେକ ଥର ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍କୁଲ ବିଷୟରେ କହିବୁ ଯେଉଁଠାରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କର ସ୍ବତନ୍ତ୍ର ପ୍ରତିଭା ରହିଛି। ଦେଖିବାକୁ ଗଲେ ସେଠାରେ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ର ଅନ୍ୟଠାରୁ ବହୁତ ଅଲଗା।

ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲାରେ ଥିବା ବୀଣା ବନ୍ଦିନୀ ପବ୍ଲିକ୍‌ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ର ମେଧାବୀ। ତେବେ ସେମାନଙ୍କ ବିଶେଷତ୍ୱ ହେଲା ‘ଉଭୟ ହାତରେ ଭିନ୍ନ ଭାଷାରେ ଲିଖନ’। ବିଶ୍ୱାସ ନ ଲାଗିଲେ ବି କଥାଟି ସତ। ସେଠାରେ ପଢ଼ାଉଥିବା ଶିକ୍ଷକ ଏନେଇ ଶିକ୍ଷା ଦେଇଆସୁଛନ୍ତି। ଏହା ଦେଶରେ ଏଭଳି କଳା ଶିକ୍ଷା ଦେଉଥିବା ପ୍ରଥମ ସ୍କୁଲ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Share