ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ। ଏହାକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟାରେ ଲୋକସେବା ଭବନ କନ୍ଭେନଶନ ହଲ୍ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଦଳର ବିଧାୟକମାନେ ଯୋଗଦେବେ। ହକି ବିଶ୍ୱକପ୍ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସହରକୁ ସୁନ୍ଦର ଭାବେ ସଜାଯାଉଛି। ଏ ନେଇ କାର୍ଯ୍ୟ ଜୋରସୋରରେ ଚାଲିଛି।