ଫିକା ପଡ଼ିଲା ସବୁ ପର୍ବ: ଦଶହରା ଭଳି କଟକଣାରେ ହେବ କାଳି ପୂଜା

କଟକ ଅଫିସ, ୯।୧୧: କରୋନା ପାଇଁ ଚଳିତ ବର୍ଷ ପ୍ରାୟ ସବୁ ପୂଜା ପର୍ବ ଫିକା ପଡ଼ିଛି। ଦଶହରାରେ ଯେଉଁପରି କଟକଣା ଲାଗୁ ହୋଇଥିଲା କାଳି ପୂଜାରେ ମଧ୍ୟ ସେହିଭଳି କଟକଣା ଲାଗୁ ହେବ। ଏ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ବିଧି ରକ୍ଷା ନିମନ୍ତେ କେବଳ ନିରାଡମ୍ବର ଭାବେ ପୂଜା ପାଳନ କରାଯିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ୪ ଫୁଟରୁ ଦେବୀ ମୂର୍ତ୍ତି ଅଧିକ ଉଚ୍ଚତା ହେବ ନାହିଁ। ଏହା ସହ କଡ଼ାକଡ଼ି ଭାବେ ନାଚ, ଗୀତ ବାଣ ଫୁଟାଇବାକୁ ମନା ହୋଇଛି। ଭସାଣ ସମୟରେ ଶୋଭାଯାତ୍ରା ହେବ ନାହିଁ। ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି।

Share