କେପ୍ଟାଉନ୍, ୩ା୭: ମହିଳା ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକା ଫୁଟବଲ ଦଳ ଏହାର ଶେଷ ଅଭ୍ୟାସ ମ୍ୟାଚ୍ ଖେଳିବା ପୂର୍ବରୁ ସମସ୍ତ ଖେଳାଳି ଓହରି ଯାଇଥିଲେ। ବେତନ ମିଳୁ ନ ଥିବା କାରଣରୁ ବୋଷ୍ଟଓ୍ବାନା ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ଘଟଣା ଘଟିଥିଲା। ସମସ୍ତ ଖେଳାଳି ଓହରି ଯିବା ପରେ ସ୍ଥାନୀୟ କ୍ଲବର ଖେଳାଳିଙ୍କୁ ଏକତ୍ରିତ କରି ମ୍ୟାଚ୍ ଆରମ୍ଭ କରାଯାଇଥିଲା। ଏହା ମଧ୍ୟରେ ଜଣେ ୧୩ ବର୍ଷୀୟ ବାଳିକା ମଧ୍ୟ ସାମିଲ ଥିଲେ। ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଦଳର ଏହା ଶେଷ ଅଭ୍ୟାସ ମ୍ୟାଚ୍ ଥିଲା।