Categories: ଫୁରସତ

ବାନ୍ତିରେ ଝଡ଼ିଗଲା ସବୁ ଦାନ୍ତ

ଲଣ୍ଡନ: ଗର୍ଭଧାରଣ ସମୟରେ ବାନ୍ତି ହେବା ସାଧାରଣ କଥା। କିନ୍ତୁ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ବାନ୍ତି ଯୋଗୁ ସବୁ ଦାନ୍ତ ହରାଇବାକୁ ପଡ଼ିଛି। ଲୁଇସ୍‌ କୁପର (୨୬) ୨୦୧୭ରେ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ। ପେଟରେ ପିଲା ରହିବା ପରେ ଅନ୍ୟ ମହିଳାଙ୍କ ଭଳି ତାଙ୍କର ସ୍ବାଭାବିକ ଭାବେ ବାନ୍ତି ହେଲା, କିନ୍ତୁ ବାନ୍ତି ହେବା ସହ ଧୀରେ ଧୀରେ ତାଙ୍କର ଦାନ୍ତ ଝଡ଼ିବା ଆରମ୍ଭ ହେଲା। ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଗଲା ପରେ ଲୁଇସ୍‌ ହାଇପରମେସିସ୍‌ ଗ୍ରାଭିଡାରମ୍‌ (ଏଚ୍‌ଜି) ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଲେ। ୨୦୧୭ ନଭେମ୍ବରରେ ଲୁଇସ୍‌ଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିବାବେଳେ ଏହାର ୬ ମାସ ପୂର୍ବରୁ ତାଙ୍କର ସବୁ ଦାନ୍ତ ଝଡ଼ିପଡ଼ିଥିଲା। ଏଚ୍‌ଜି ରୋଗ ପାଇଁ ଲୁଇସ୍‌ଙ୍କ ଚିକିତ୍ସା ଜାରି ରହିଥିବାବେଳେ ସେ ପୁଣି ଆଉ ୨ ସନ୍ତାନଙ୍କୁ ଜନ୍ମ ଦେଲେ। ସେ ସମୟରେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା ତାଙ୍କୁ କରିବାକୁ ପଡ଼ିଥିଲା। ବିରଳ ରୋଗ ଏଚ୍‌ଜି ପାଇଁ ଲୁଇସ୍‌ଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ହରାଇବାକୁ ପଡ଼ିଥିବା ସେ କହିଛନ୍ତି। କୃତ୍ରିମ ଦାନ୍ତ ଲଗାଇଲେ ସୁଦ୍ଧା ତାଙ୍କୁ ଖାଇବାରେ ବହୁ ହଇରାଣ ହେବାକୁ ପଡ଼ୁଛି। ଭୋକ ଲାଗିଲେ ସୁଦ୍ଧା ଏକକାଳୀନ ବହୁତଗୁଡ଼ିଏ ଖାଦ୍ୟ ଖାଇପାରୁ ନ ଥିବାବେଳେ ସେ ଏବେ ସମ୍ପୂର୍ଣ୍ଣ ଭାବେ ଶାକାହାରୀ ପାଲଟିଯାଇଛନ୍ତି।

Share