ଏଣିକି ଅନ୍‌ଲାଇନରେ ହେବ ପରିବହନ ବିଭାଗର ସମସ୍ତ କାମ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ) : ଜାନୁୟାରୀ ୧ରୁ ପରିବହନ ବିଭାଗର ନୂଆ ନିୟମ ଲାଗୁ ହେବ। ଏଥର ସମସ୍ତ କାମ ଅଫ୍‌ଲାଇନ ନୁହେଁ ଅନ୍‌ଲାଇନରେ ହେବ । ଡ଼ିଏଲଠୁ ଆରମ୍ଭ କରି ଗାଡି ପରିମିଟି ଭଳି ସମସ୍ତ କାର୍ଯ୍ୟ ଏଣିକି ଅନ୍‌ଲାଇନରେ ହେବ । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ଏସବୁ କାର୍ଯ୍ୟରେ ଦଲାଲଙ୍କ ଭୂମିକା ରହୁଥିବା ଅଭିଯୋଗ ହେଉଥିଲା। ଦଲାଲଙ୍କ ଭୂମିକା କମୁଥିଲେ ବି ସମ୍ପୂର୍ଣ୍ଣ ବନ୍ଦ ହୋଇନି। ତେଣୁ ସବୁ କାମ ଅନ୍‌ଲାଇନରେ ହେବା ନେଇ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

Share