‘ସାରା ବିଶ୍ୱକୁ କେବଳ ଶାହରୁଖ ଦରକାର’

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ତାଙ୍କର ଆଗାମୀ ଫିଲ୍ମ ‘ଯବାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଗଷ୍ଟ ୩୧ରେ ‘ଯବାନ’ର ଟ୍ରେଲର ମୁକ୍ତିଲାଭ କରିଛି, ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ‘ପଠାନ’ର ଅପାର ସଫଳତା ପରେ ଏହା ହେଉଛି ଚଳିତବର୍ଷ ଶାହାରୁଖଙ୍କ ଦ୍ୱିତୀୟ ଫିଲ୍ମ। ଏହି ଫିଲ୍ମକୁ ଜଣାଶୁଣା ସାଉଥ୍‌ ନିର୍ଦ୍ଦେଶକ ଆଟଲେ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଟ୍ରେଲରକୁ କିଙ୍ଗ ଖାନଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।
ଟ୍ରେଲର ରିଲିଜ୍‌ ପରେ ଇନଷ୍ଟାଗ୍ରାମରେ ଷ୍ଟାଟସରେ ଏକ ଫଟୋ ରଖି ଆଲିଆ ଲେଖିଛନ୍ତି,ସମଗ୍ର ବିଶ୍ୱ କେବଳ ଶାହରୁଖଙ୍କୁ ଚାହୁଁଛି। @iamsrk କି ଚମତ୍କାର ଟ୍ରେଲର। ୭ ସେପ୍ଟେମ୍ବର ବହୁତ ଦୂର ହୋଇଯାଉଛି।
ଶାହାରୁଖ ଖାନଙ୍କୁ ଶେଷ ଥର ପାଇଁ ‘ପଠାନ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସହିତ ଚାରି ବର୍ଷ ପରେ ଶାହରୁଖଙ୍କ ରୂପେଲି ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମ ଟି ସାରା ବିଶ୍ୱରେ ୧୦୫୦ କୋଟି ଟଙ୍କା ସଂଗ୍ରହ କରିଥିଲା।

Share