Categories: ଜାତୀୟ

ସୁଶାନ୍ତ ସିଂ ଆତ୍ମହତ୍ୟାର ଯାଞ୍ଚ୍‌ କରିବେ ଏସବୁ ୪ ଅଧିକାରୀ…

ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ମାମଲାର ଯାଞ୍ଚ୍‌ର ନେତୃତ୍ୱ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର ନେବେ। ସେ ହେଉଛନ୍ତି ୧୯୯୪ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇପିଏସ୍‌ ଅଫିସର। ଜାନୁୟାରୀରେ ତାଙ୍କୁ ଏହି ପଦରେ ନିଯୁକ୍ତି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିଲା। ସେ ବର୍ତ୍ତମାନ ସୁଦ୍ଧା ଯେଉଁ ଯାଞ୍ଚ୍‌ କରିଛନ୍ତି ତାହା ସଫଳ ରହିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ସିବିଆଇ ଯାଞ୍ଚ୍‌ ଟିମ୍‌ରେ ସିବିଆଇ ଡିଆଇଜି ଗଗନଦୀପ୍‌ ଗମ୍ଭୀର, ସିବିଆଇ ଏସ୍‌ପି ନୂପୁର ପ୍ରସାଦ ଏବଂ ସିବିଆଇ ଡିଏସ୍‌ପି ଅନୀଲ କୁମାର ଯାଦବ ରହିଛନ୍ତି। ଗଗନଦୀପ୍‌ ୨୦୦୪ ବ୍ୟାଚ୍‌ ଗୁଜରାଟ କ୍ୟାଡରର ମହିଳା ଆଇପିଏସ୍‌ ଅଫିସର। ତାଙ୍କୁ ଦୁର୍ନୀତି ମାମଲା ଯାଞ୍ଚ୍‌ର ମହାରଥି କୁହାଯାଇଥାଏ। ନୂପୁର ୨୦୦୭ ବ୍ୟାଚ୍‌ ଏଜିଏମ୍‌ୟୁଟି କ୍ୟାଡର ଆଇପିଏସ୍‌ ଅଫିସର। ସିବିଆଇର ଜଣେ ଦକ୍ଷ ମହିଳା ଅଧିକାରୀ ଭାବେ ସେ ବେଶ୍‌ ଜଣାଶୁଣା। ଅନୀଲ କୁମାର ମଧ୍ୟପ୍ରଦେଶ ବାସିନ୍ଦା। ହତ୍ୟା ମାମଲାର ସିବିଆଇ ଯାଞ୍ଚ୍‌ରେ ତାଙ୍କର ଦକ୍ଷତା ରହିଛି। ଆତ୍ମହତ୍ୟାର ସିନ୍‌ ରିକ୍ରିଏଟ୍‌ କରାଯାଇ ମାମଲାର ଯାଞ୍ଚ୍‌ କରାଯିବ ବୋଲି କୁହାଯାଉଛି।

Share