ଶାହରୁଖ ଖାନ୍‌ଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏସବୁ ଅଭିନେତ୍ରୀ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଇଣ୍ଡଷ୍ଟ୍ରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଚନ୍ତି। ତାଙ୍କୁ ଦେଖି ଲକ୍ଷ ଲକ୍ଷ ଲୋକ ଫିଲ୍ମରେ ହିରୋ ହେବାର ସ୍ବପ୍ନ ଦେଖନ୍ତି। ଶାହରୁଖ ବଲିଉଡରେ ରୋମାନ୍ସର ଏକ ନିଆରା ସଂଜ୍ଞା ସୃଷ୍ଟି କରିଛନ୍ତି। ଆଜି ବି ଇଣ୍ଡଷ୍ଟ୍ରିର ନୂଆ ଅଭିନେତ୍ରୀମାନେ ତାଙ୍କ ସହ କାମ ଆରମ୍ଭ କରିବାକୁ ଆଗ୍ରହୀ ଅଟନ୍ତି। ଦୀପିକା ପାଦୁକୋନ ଠାରୁ ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ଶାହାରୁଖ ଖାନଙ୍କ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଆପଣ ବୋଧହୁଏ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇଣ୍ଡଷ୍ଟ୍ରିରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି କିଙ୍ଗ ଖାନଙ୍କ ସହ କାମ କରିବାକୁ ମନା କରି ଦେଇଛନ୍ତି।
ଅମିଶା ପଟେଲ
ଅମିଶା ପଟେଲ ୨୦୦୦ରେ ‘କହୋ ନା ପ୍ୟାର ହୈ’ ରେ ଡେବ୍ୟୁ କରିଥିଲେ। ପରେ ଅମିଶା ପଟେଲ ସୁପରହିଟ ‘ଗଦର: ଏକ ପ୍ରେମ କଥାରେ’ ମଧ୍ୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ବହୁତ ଭଲ ଅଭିନୟ କରିବା ପରେ ମଧ୍ୟ ସେ ଧୀରେ ଧୀରେ ଚଳଚ୍ଚିତ୍ରଠାରୁ ଦୂରେଇ ଯାଇଥିଲେ । ସେ ନିଜ ଚଳଚ୍ଚିତ୍ର କ୍ୟାରିୟରରେ ଶାହାରୁଖ ଖାନଙ୍କ ସହ କେବେ କାମ କରି ନ ଥିଲେ। ଅମିଶା ବିଶ୍ୱାସ କରନ୍ତି ଯେ ଶାହରୁଖ ଏବଂ ତାଙ୍କ କେମେଷ୍ଟ୍ରିକୁ ଦର୍ଶକମାନେ କଦାପି ଗ୍ରହଣ କରିବେ ନାହିଁ।
ହେମାମାଳିନି
ଶାହରୁଖ ଖାନ ଦିୱାନା (୧୯୯୨) ରେ ତାଙ୍କର ଚଳଚ୍ଚିତ୍ର ଡେବ୍ୟୁ କରିଥିଲେ। ଏହା ପରେ ହେମାମାଳିନୀ ଫିଲ୍ମ ‘ଦିଲ ଆଶିଆନା ହୈ’ ନିର୍ଦ୍ଦେଶନା ଦେଇଥିଲେ। ସେଥିରେ ଶାହାରୁଖ ଏକ ମୁଖ୍ୟ ଷ୍ଟାର ଭାବରେ ଅଭିନୟ କରିଥିଲେ। ହେମାମାଳିନି ତାଙ୍କ ଅଭିନୟକୁ ପସନ୍ଦ କରୁ ନ ଥିବାରୁ ତାଙ୍କ ସହ କାମ କରିବାକୁ କେବେ ଇଚ୍ଛା କରି ନ ଥିଲେ ଏବଂ କହିଥିଲେ ଯେ ଶାହରୁଖ ଓଭର-ଆକ୍ଟିଂ କରୁଛନ୍ତି।

ସୋନମ କପୁର
ସୋନମ କପୁର ରଣବୀର କପୁରଙ୍କ ବିପକ୍ଷରେ ‘ସୱାରିଆ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ସୋନମ ତାଙ୍କ କ୍ୟାରିୟରରେ ଶାହାରୁଖ ଖାନଙ୍କ ସହ କୌସି ଫିଲ୍ମ କରିନାହାଁନ୍ତି। କାରଣ ସେ ଭାବନ୍ତି ଶାହାରୁଖ ଖାନ ତାଙ୍କଠାରୁ ବହୁତ ବଡ ଅଟନ୍ତି। ଏହି ଦୁଇଟି ସେଲିବ୍ରିଟିଙ୍କ କେମେଷ୍ଟ୍ରି ରୂପେଲି ପରଦାରେ ଭଲ ଦେଖାଯିବ ନାହିଁ।

କଙ୍ଗନା ରାଣାଓ୍ବତ
ଅଭିନେତ୍ରୀ କଙ୍ଗନା ରାଣାୱତ କେବେବି ବଲିଉଡର ଖାନଙ୍କ ସହ କାମ କରି ନାହାନ୍ତି। ଏକ ବାର୍ତ୍ତାଳାପ ସମୟରେ କହିଥିଲେ, ଶାହାରୁଖ ସାର୍‌ଙ୍କ, ମୁଁ ଜଣେ ବଡ଼ ପ୍ରଶଂସକ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆମେ କେବେ କାମ କରିନାହୁଁ।

Share