ସ୍ତ୍ରୀଙ୍କୁ ଖୁସି କରିବା ଲାଗି ଏପରି କିଛି ଉପହାର ଦେଇଛନ୍ତି ଏସବୁ ବଲିଉଡ୍‌ କଳାକାର

କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ମଧ୍ୟ ସେପରି କିଛି ଉପାୟ ରହିଛି। ତାହା ହେଉଛି ଉପହାର। ସ୍ତ୍ରୀଙ୍କୁ ମନେଇବାକୁ ହେଲେ ଉପହାର ହିଁ ଯଥେଷ୍ଟ ବୋଲି ଅନେକେ କୁହନ୍ତି। ତେବେ ଆପଣ ଜାଣିଛନ୍ତି ବଲିଉଡ୍‌ ଅଭିନେତାମାନେ ତାଙ୍କ ସ୍ତ୍ରୀଙ୍କୁ ଦେଉଥିବା ଉପହାର ସମ୍ପର୍କରେ। ଏହା ସେମାନଙ୍କ ଲାଗି ସାଧାରଣ କଥା ହୋଇ ଥିଲେ ମଧ୍ୟ ସ୍ତ୍ରୀଙ୍କ ଖୁସି ଲାଗି ସେମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନ ଥାନ୍ତି।
ତେବେ ଜାଣନ୍ତୁ କେଉଁ ଅଭିନେତା ସ୍ତ୍ରୀଙ୍କୁ କ’ଣ ଦେଇଛନ୍ତି ଉପହାର…

ବିରାଟ-ଅନୁଷ୍କା
ଅନୁଷ୍କା ଶର୍ମାଙ୍କୁ ବିରାଟ କୋହଲି ଏକ ସୁନ୍ଦର ଉପହାର ଦେଇଛନ୍ତି ତାହା ହେଉଛି ମୁମ୍ବାଇର ଏକ ବିରାଟ ଅଟ୍ଟାଳିକା।

 

ଅକ୍ଷୟ କୁମାର- ଟ୍ବିଙ୍କିଲ ଖାନ୍ନା:
ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର ସ୍ତ୍ରୀ ଟ୍ବିଙ୍କିଲଙ୍କ ମନ ଜିଣିବାକୁ କୌଣସି ଉପାୟ ଛାଡି ନାହାନ୍ତି । ସେ ତାଙ୍କୁ ବେଣ୍ଟଲି କାର କିଣି ଦେଇଛନ୍ତି।

ଆନନ୍ଦ ଆହୁଜା-ସୋନମ କପୁର:
ଆନନ୍ଦ ଆହୁଜା ଓ ସୋନମ କପୁର ମଧ୍ୟ ଉପହାର ମାମଲାରେ ବେଶ୍‌ ସକ୍ରିୟ। ଆନନ୍ଦ ସୋନମଙ୍କୁ ଏକ ବଙ୍ଗଳା ଉପହାର ଦେଇଛନ୍ତି। ଏହାର ମୂଲ୍ୟ ୧୫୦ କୋଟିରୁ ଅଧିକ।

Share