ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଲା ଏସବୁ ବିଭାଗ

ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ୧୨ ତାରିଖରେ ଶପଥ ନେଇଥିବା ବେଳେ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଏଥିସହିତ କିଛି ବିଭାଗ ମୁଖ୍ୟମନ୍ତ୍ରୀ ନିଜ ହାତରେ ମଧ୍ୟ ରଖିଛନ୍ତି। ଏହି ବିଭାଗ ମଧ୍ୟରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସମ୍ପଦ, ଯୋଜନା ଓ ସମନ୍ବୟ, ଅର୍ଥ (ଆବଣ୍ଟିତ ନ ହୋଇ ଥିବା ଅନ୍ୟ ବିଭାଗ) ରଖିଛନ୍ତି।

Share