Categories: ଫୁରସତ

ପ୍ରେମ ବିବାହ ସମ୍ପର୍କରେ ସୂଚନା ଦିଏ ଏସବୁ…

ବିବାହ ଆରେଞ୍ଜ୍‌  ନା ଲଭ୍‌ ହେବ ସେ ନେଇ ଯୁବବର୍ଗଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥାଏ । ତେବେ ପାଦର ଆଙ୍ଗୁଠି ହାତର ଆଙ୍ଗୁଠିରୁ ପ୍ରେମ ବିବାହ ସମ୍ପର୍କରେ ସୂଚନା ମିଳିଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ପାଦର ବୁଢ଼ା ଆଙ୍ଗୁଠି ଏବଂ ଏହାର ନିକଟବର୍ତ୍ତୀ ଆଙ୍ଗୁଠିର ଲମ୍ବ ସମାନ ହେଲେ ଏହା ଆରେଞ୍ଜ ବିବାହକୁ ସୂଚିତ କରିଥାଏ। ସେହିପରି ଯଦି ଏହି ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ଠାରୁ କମ୍‌ ଲମ୍ବ ହୋଇଥାଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କର ବିବାହ ପରିବାର ସହମତିରେ ହୁଏ। ଅନ୍ୟ ପକ୍ଷରେ ଏହି ଆଙ୍ଗୁଠିର ଲମ୍ବ ବୁଢ଼ା ଆଙ୍ଗୁଠି ଠାରୁ ଅଧିକ ହେଲେ ଏହା ପ୍ରେମ ବିବାହକୁ ସୂଚିତ କରିଥାଏ। ଏଭଳି ବ୍ୟକ୍ତିଙ୍କୁ ମନ ପସନ୍ଦର ଜୀବନ ସାଥୀ ମିଳିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି ହାତରେ ଚନ୍ଦ୍ରାକୃତି ଚିହ୍ନ ରହିଲେ ଏହା ସଫଳ ପ୍ରେମ ବିବାହକୁ ସୂଚିତ କରିଥାଏ। ଦୁଇ ହାତର କନିଷ୍ଠା ଆଙ୍ଗୁଠିର ଶେଷ ପବ ରେଖା ଏବଂ ହୃଦୟ ରେଖା ମିଶିଗଲେ ଏହା ପ୍ରେମ ବିବାହ ସମ୍ପର୍କରେ ସୂଚନା ଦେଇଥାଏ। ପ୍ରାୟ ୩୦ ପ୍ରତିଶତ ଲୋକଙ୍କ ହାତରେ ଏଭଳି ରେଖା ରହିଥାଏ ବୋଲି ଜ୍ୟୋତିଷ କହିଥାନ୍ତି।

Share